Tue. Apr 22nd, 2025

ଚାକିରିରୁ ଇସ୍ତଫା ଦେଲେ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ

By amfnews Feb 9, 2019 #Featured
210 Views

ସମ୍ବଲପୁର: ରାଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦିନ ହେବ ଲମ୍ବା ଛୁଟିରେ ଥିବା ବୁର୍ଲା ଭିମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଡା. ପୂଜାହାରି ତାଙ୍କ ଇସ୍ତଫା ପତ୍ର ଇ-ମେଲ ଓ ଡାକ ଯୋଗେ ରାଜ୍ୟପାଳଙ୍କୁ ପଠାଇ ଦେଇଥିବା ବେଳେ ଆଜି ସେ ଇସ୍ତଫା ଦେଇଥିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି
ସୂଚନାଯୋଗ୍ୟ ଯେ, ଭିମ୍‌ସାର ନିର୍ଦ୍ଦେଶକ ଥିବା ଡା. ପୂଜାହାରୀଙ୍କ କାର୍ଯ୍ୟକଳାପ ନେଇ ଭିମ୍‌ସାରର ପିଜି ଛାତ୍ରଛାତୀମାନେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ଡିସେମ୍ବର ମାସ ୭ ତାରିଖରେ ଡା. ପୂଜାହାରୀଙ୍କୁ ଛୁଟିରେ ଯିବାକୁ କହିଥିଲେ। ପ୍ରାୟ ୧ ମାସରୁ ଅଧିକ ସମୟ ଛୁଟିରେ ରହିବା ପରେ ଗତ ଜାନୁଆରି ମାସ ୧୪ ତାରିଖରେ ଡା. ପୂଜାହାରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି କହିଥିଲେ ଯେ ସେ କାମ ନ କରି ଦରମା ନେବାକୁ ଉଚିତ ମଣୁ ନାହାଁନ୍ତି। ତେଣୁ ତାଙ୍କ ସମ୍ପର୍କରେ ୧୫ ଦିନ ମଧ୍ୟରେ ସ୍ଥାୟୀ ନିଷ୍ପତ୍ତି ନେବାକୁ ଡା. ପୂଜାହାରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ। ମାତ୍ର ୩୦ ତାରିଖ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ରାଜ୍ୟ ସରକାର ନ ନେବାରୁ ଡା. ପୂଜାହାରୀ ତାଙ୍କ ଇସ୍ତଫା ସମ୍ପର୍କରେ ରାଜ୍ୟପାଳଙ୍କୁ ଇ ମେଲ ଓ ଚିଠି ମାଧ୍ୟମରେ ଜଣାଇଥିିବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

By amfnews

Related Post