Sat. Mar 7th, 2026

ଚାକରାଣୀକୁ ବନ୍ଦୀ କରି ଦୁଇ ବର୍ଷ ଧରି ଗଣଦୁଷ୍କର୍ମ କରୁଥିଲେ ଘର ମାଲିକ ଓ ତାଙ୍କ ସଂପର୍କୀୟମାନେ , ପୁଲିସ୍‌ ଧରିଲା ଜଣଙ୍କୁ

265 Views

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ନିହାଲ ବିହାରରେ ଚାକରାଣୀକୁବନ୍ଦୀ କରି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ଚାକରିଣୀକୁ ତା’ର ମାଲିକ ଓ କେତେକ ସଂପର୍କୀୟ ମିଶି ପ୍ରାୟ ଦୁଇ ବର୍ଷ ଧରି କ୍ରମାଗତ ଭାବେ ଗଣଦୁଷ୍କର୍ମ କରି ଆସୁଥିଲେ। କୌଣସି ମତେ ସେ ଘରୁ ଖସି ଚାଲି ଆସିଥିଲା। ଏହାପରେ ପୀଡ଼ିତା ଗଣଦୁଷ୍କର୍ମର ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ।
ଏହି ୨୧ ବର୍ଷର ଯୁବତୀର ଘର ଝାଡଖଣ୍ଡରେ।

ଦୁଇବର୍ଷ ତଳେ ରାହୁଲ ନାମକ ଜଣେ ବ୍ୟକ୍ତି ତାକୁ କାମ ଦେବା ଆଳରେ ଦିଲ୍ଲୀ ଆଣିଥିଲା। ତା’ପରେ ରାହୁଲ ଓ ତା’ର ସଂପର୍କୀୟମାନେ ଉକ୍ତ ଯୁବତୀକୁ ଘରେ ବନ୍ଦୀ କରି ନିୟମିତ ଭାବେ ଦୁଷ୍କର୍ମ କରୁଥିଲେ। ଜାନୁଆରି ୩୧ ତାରିଖରେ ନିହାଲ ବିହାର ଥାନାରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଘଟଣାରେ ରାହୁଲକୁ ଗିରଫ କରାଯାଇଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁମାନଙ୍କୁ ପୁଲିସ ଖୋଜୁଥିବା ଜଣାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

By amfnews

Related Post