204 Views
କୋଣାର୍କ, ଫେବୃଆରୀ 5 : କରୋନା କଟକଣା ବେଳେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଚଳିତ ବର୍ଷ ମାଘସପ୍ତମୀ ବୁଡ଼ ଫିକା ପଡ଼ିବ । ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କାରଣ ଏଥର ବୁଡ଼ରେ ଭକ୍ତଙ୍କ ସମାଗମ ହେବନାହିଁ ଏବଂ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀ ନିକଟ ଅଞ୍ଚଳରେ ଷଷ୍ଠୀ ଅପରାହ୍ଣରୁ ସପ୍ତମୀ ମଧ୍ୟାହ୍ନ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯିବ । ଠାକୁରଙ୍କ ନିତିକାନ୍ତିରେ କୌଣସି ପ୍ରକାର ଅସୁବିଧା ହେବନାହିଁ ଏବଂ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖି ସେବାୟତ ଓ ପୋଲିସ୍ ପ୍ରଶାସନକୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ।
ପ୍ରତିବର୍ଷ ଏହି ଉସ୍ôବ ମନାଇବାକୁ କାହିଁ କେତେଦୂରରୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଚଳିତ ବର୍ଷ ୫ଶହ ଲୋକଙ୍କୁ ଅନୁମତି ମିଳିବ ।