Sun. Mar 8th, 2026

ଚଳନ୍ତା ବସ୍‌ରେ ମହିଳାଙ୍କୁ ଅସଦାଚରଣ; ଉଠ୍‌ବସ୍‌ ହେଲେ କଣ୍ଡକ୍ଟର

141 Views

ଅନୁଗୋଳ :  ଜଣେ ମହିଳାଙ୍କୁ ଅସଦାରଣ କରି ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ କଣ୍ଡକ୍ଟର। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ବସ୍‌ଷ୍ଟାଣ୍ଡରେ ଘଟିଥିବା ଜଣାପଡ଼ିଛି।

ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସ୍‌ରେ ଗତକାଲି ଜଣେ ମହିଳା ତାଙ୍କ ପରିବାର ଲୋକଙ୍କ ସହ ଯାଉଥିଲେ। ସେମାନେ ଆଠମଲ୍ଲିକ ଯାଉଥିଲେ। ହେଲେ କଣ୍ଡକ୍ଟର ଚଳନ୍ତା ବସ୍‌ରେ ତାଙ୍କୁ ଅସଦାରଣ କରିଥିଲେ। ବସ୍‌ଟି ଆଠମଲ୍ଲିକ୍‌ ବସ୍‌ ଷ୍ଟାଣ୍ଡରେ ପହଞ୍ଚିବା ପରେ ସମ୍ପୃକ୍ତ ମହିଳା ସର୍ବସମ୍ମୁଖରେ କଣ୍ଡକ୍ଟରକୁ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବାକୁ କହିଥିଲେ। ଏହା ସହ ସେ କଣ୍ଡକ୍ଟରକୁ ବସ୍‌ଉଠ୍‌ କରାଇଥିଲେ। ତେବେ ଏହି ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରି ନଥିବା ଜଣାପଡ଼ିଛି।

By amfnews

Related Post