Thu. Dec 26th, 2024

ଚରିତ୍ର ଉପରେ ସନ୍ଦେହ କରିବାରୁ ହେମଦସ୍ତ।ରେ ପିଟି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

By amfnews Dec 23, 2020 #Featured
164 Views

ବାଲିପାଟଣା ,ଡିସେମ୍ବର 23 : ନିଜ ହାତରେ ଲିଲି ପୋଛି ଦେଲେ ନିଜ ମଥା ସିନ୍ଦୁର । ସାମାନ୍ୟ ଝଗଡ଼ାରୁ ସ୍ୱାମୀଙ୍କୁ ମାରିବାକୁ ପଛାଇଲାନି ସ୍ତ୍ରୀ । ଆଞା ହଁ ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ । ପ୍ରଥମେ ହେମଦସ୍ତାରେ ସ୍ୱାମୀକୁ ମାରି ନିଖୋଜ ହେବାର କାହାଣୀ ରଚିଥିଲା ଲିଲି । ଏନେଇ ସ୍ୱୀକାର କରିଛନ୍ତି ଲିଲି । ଖବର ପାଇ ବାଲିପାଟଣା ଥାନା ଓ ବନମାଳିପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଉଶଁବୁଦା ମୂଳରୁ ଅର୍ଦ୍ଧଦଗ୍ଧ ଶରୀରର କିଛି ଅଂଶ ଜବତ କରିଛି।

ଅଭିଯୁକ୍ତ ଲିଲି ଙ୍କ ସ୍ୱାମୀ ନିଧିରାମ । ଯିଏ କି କ୍ୟାପିଟାଲ ହାଟରେ ଫିନାଇଲ୍ ବେପାର । ନିଧିରାମ ନିଖୋଜ ଥିବାର ପ୍ରଥମେ ଥାନାରେ ଅଭିଯୋଗ କରିଥିଲା । ହେଲେ ଲିଲି ର ମିଛ କଥା କୁ ସତ ଭାବି ଦିନ ରାଥି ନିଧିରାମ କୁ ଖୋଜି ବୁଲୁଥିଲା ପୋଲିସ୍ । ନିଧିରାମଙ୍କ ନିଖୋଜ ନେଇ ଗ୍ରାମର ଜଣେ ଯୁବକ ଲିଲିଙ୍କୁ ପଚରାଉଚରା କରିଥିଲେ । ଲିଲି ଏହି କଥାରେ ହଡବଡେଇ ଯିବା ସହ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଏନେଇ ଲିଲିଙ୍କ ଉପରେ ଉକ୍ତ ଯୁବକଙ୍କ ସନ୍ଦେହ ବଢିଥିଲା ।

ପରେ ପୁଣି ଥରେ ଲିଲିଙ୍କୁ ନିଧିରାମଙ୍କ ସମ୍ପର୍କରେ ଯୁବକ ଜଣକ ପଚାରିଥିଲେ । ଶେଷରେ ନିଧିରାମଙ୍କୁ ମାରି ବାରିରେ ପୋଡି ପୋତିଦେଇଥିବା କଥା ଲିଲି ସ୍ୱୀକାର କରିଥିଲେ । ଏହି ଖବରଟି ଜଣାପଡିବା ପରେ ଗ୍ରାମବାସୀ ବାଲିପାଟଣା ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ପୋଡାଯାଇଥିବା ସ୍ଥାନକୁ ଯାଇ ଅଧାପୋଡା ଖପୁରୀ ଓ ହାଡ ଦେଖିବାକୁ ପାଇଥିଲେ। ଅଧାପୋଡ଼ା ଖପୁରୀ ଓ ହାଡ଼କୁ ଲୁଚାଇବା ପାଇଁ କିଛି ଅଳିଆ ପକାଯାଇଥିଲା । ଦୁର୍ଗନ୍ଧ ଯୋଗୁଁ ଲୋକଙ୍କର ସନ୍ଦେହ ହେବ, ସେଥିପାଇଁ ସେହି ସ୍ଥାନରେ ସଢା ପରିବା ମଧ୍ୟ ପକାଉଥିଲେ ଲିଲି । ପୋଲିସ ଲିଲିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ଲିଲିଙ୍କ ଚରିତ୍ରକୁ ନେଇ ଗାଁ ଲୋକେ ଏହି ବିଭିତ୍ସ ହତ୍ୟାକାଣ୍ଡରେ ଆଉ କେହି ସାମିଲ୍ ଥିବା ସନ୍ଦେହ କରୁଛନ୍ତି। ପୁଲିସ ସୂଚନାନୁସାରେ ଜବତ ହାଡ଼ରୁ ନିଧିଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।

ସୂଚନା ଯେ, ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବନମାଳିପୁର ଗାଁକୁ ନିଜ ଦୁଇ ଝିଅଙ୍କ ସହ ଫେରି ଆସି ଭଡ଼ାଘରେ ରହିଥିଲେ। କିଛି ଦିନ ପରେ ସେହି ଗାଁର ଘନ ଗିରିଙ୍କ ପୁଅ ନିଧିଙ୍କ ସହିତ ଲିଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ଏକାଠି ରହିଲେ ଓ ନିଧିଙ୍କ ଔରସରୁ ଲିଲି ପୁଣି ୨ଟି ଝିଅ ଓ ଏକ ପୁଅକୁ ଜନ୍ମ ଦେଇଥିଲେ। ତେବେ ଲିଲିଙ୍କ ଚରିତ୍ରକୁ ନେଇ ନିଧି ସନ୍ଦେହ କରୁଥିଲେ। ଫଳରେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା।

ଘଟଣା ଦିନ ସ୍ୱାମୀ ନିଧିରାମ ଘରେ ଝଗଡ଼ା କରିବାରୁ ସେ ଏକ ହେମଦସ୍ତା ପୁଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେହିଠାରେ ହିଁ ନିଧି ଟଳି ପଡ଼ିଥିଲେ। ନିଧିଙ୍କ ମୃତଦେହକୁ ଲିଲି ଘରେ ୩ ଦିନ କାଳ ଲୁଚାଇ ରଖିଥିଲେ ଓ ପର ଦିନ ରାତିରେ ବାଡ଼ି ପଟ ବାଉଶଁବୁଦା ମୂଳରେ ପୋଡ଼ି ଦେଇଥିଲେ। ପୂରା ପୋଡ଼ି ନ ହେବାରୁ ଅର୍ଦ୍ଧଦଗ୍ଧ ଶରୀରକୁ ସେହିଠାରେ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ଏହା ପରେ ସେ ବାଲିପାଟଣା ଥାନାରେ ନିଧି ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

By amfnews

Related Post