Sun. May 18th, 2025

ଚନ୍ଦ୍ରଯାନ ୨: କେମିତି ଥିଲା ଗତିପଥରେ ଲ୍ୟାଣ୍ଡର ବିକ୍ରମର ଶେଷ ୧୫ ମିନିଟ୍

By amfnews Sep 7, 2019 #Featured
234 Views

ନୂଆଦିଲ୍ଲୀ : ଭାରତର ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ୱିତ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ରାତି ପ୍ରାୟ ୧.୩୮ ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ୧.୪୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ରଫ ବ୍ରେକିଂ ଟାଇମକୁ ମଧ୍ୟ ସଫଳତାର ସହ ପାର କରିଥିଲା। ଏହାପରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ ୨ର ବେଗକୁ କମାଇ ଦେଇଥିଲେ। ୧.୪୯ ମିନିଟ୍ ବେଳକୁ ଚନ୍ଦ୍ରଯାନ ୨ର ବେଗ ମଧ୍ୟ ହ୍ରାସ ପାଇ ସାରିଥିଲା। ୧.୫୨ ମିନିଟ୍ ବେଳକୁ ଚନ୍ଦ୍ରଯାନ-୨ ୨.୧ କିଲୋମିଟର ଦୂରତାରେ ଥିବା ବେଳେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

କ’ଣ ପାଇଁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି ସେ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି। ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର ଜରିଆରେ ଲ୍ୟାଣ୍ଡର ବିକ୍ରମ ବାବଦରେ ସମସ୍ତ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି। କାହିଁକି ଯୋଗାଯୋଗ ବିଚ୍ଛିନ୍ନ ହେଲା ତା’ର କାରଣ ମଧ୍ୟ ଜଣାପଡ଼ିବ।

ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଯେଉଁଭଳି ଭାବରେ ପ୍ରଚେଷ୍ଟା କରିଥିଲେ ଅନ୍ତିମ ସମୟରେ ତାହା ସଫଳ ହୋଇନଥିଲେ ମଧ୍ୟ ମିଶନ ଚନ୍ଦ୍ରଯାନ ୨ ବିଫଳ ବୋଲି କୁହାଯାଇ ପାରିବ ନାହିଁ। ଇସ୍ରୋର ବୈଜ୍ଞାନିକ କହିଛନ୍ତି ମିଶନ ଚନ୍ଦ୍ରଯାନ-୨ର ୫ ପ୍ରତିଶତ ପ୍ରଭାବିତ ହୋଇଛି। ବାକି ୯୫ ପ୍ରତିଶତ ସଫଳ ରହିଛି। ଯେଉଁ ୫ ପ୍ରତିଶତ ପ୍ରଭାବିତ ହୋଇଛି ତାହା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

By amfnews

Related Post