Sat. Nov 23rd, 2024

‘ଚନ୍ଦ୍ରଯାନ-୨’ ଉତକ୍ଷେପଣ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ : ବୈଜ୍ଞାନିକମାନେ ବେଦ ଓ ପୁରାଣ ଅଧ୍ୟୟନ କରନ୍ତୁ

By amfnews Aug 1, 2019 #Featured
95 Views

ପୁରୀ  : ‘ଚନ୍ଦ୍ରାୟନ-୨’ର ସଫଳ ଉତକ୍ଷେପଣ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି  । ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ବିଷ୍ଣୁପୁରାଣ, ବାୟୁପୁରାଣ ଓ ବେଦରେ ଚନ୍ଦ୍ରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ବୈଜ୍ଞାନିକମାନେ ବେଦ ପୁରାଣ ପଢ଼ିବା ଉଚିତ୍ । ଏସବୁ ପୁରାଣରେ ଚନ୍ଦ୍ରର ଦୂରତା ଓ ପରିଧିକୁ ଆକଳନ କରାଯାଇଛି ।

ପୁରାଣ ଅନୁସାରେ, ଚନ୍ଦ୍ରର ବ୍ୟାସ ୧୧୦୦୦ ଯୋଜନ ଓ  ପରିଧି ୩୩୦୦୦ ଯୋଜନ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି  ଏବଂ ଚନ୍ଦ୍ରର ମୋଟେଇ ୫୯ ଯୋଜନ ବୋଲି ସୂଚନା ଦେଇଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ‘ଚନ୍ଦ୍ରଯାନ-୨’ର ଉତକ୍ଷେପଣ ପାଇଁ ସେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଦିକ ପୁରାଣର ତଥ୍ୟ ଉପରେ ଧ୍ୟାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଅନେକ ଅପେକ୍ଷା ପରେ ଜୁଲାଇ ୨୨ ତାରିଖରେ ଦିନ ୨ଟା ୪୩ ମିନିଟରେ ଶ୍ରୀହରିକୋଟାରୁ ଅନ୍ତରୀକ୍ଷକୁ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ ହୋଇଥିଲା ।

By amfnews

Related Post