Sun. Jun 8th, 2025

ଚନ୍ଦ୍ରବାବୁ ନାଇଡୁଙ୍କ ୩ ବର୍ଷିୟ ନାତି ୧୬ କୋଟି ଟଙ୍କା ସମ୍ପତ୍ତିର ମାଲିକ

By amfnews Nov 22, 2018 #Featured
277 Views

ବିଜୟଓ୍ଵାଡ଼ା, ନଭେମ୍ବର ୨୨: ଗତ ବର୍ଷକ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ନେଟ୍‌ ସମ୍ପତ୍ତି ୨. ୫୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୨.୯୯ କୋଟି ଟଙ୍କାରେ ପହଞ୍ଚିଛି। ସମ୍ପତ୍ତିର ବୃଦ୍ଧିହାର ୧୮. ୧୮ ବୋଲି ଜଣାପଡ଼ିଛି। କିନ୍ତୁ, ତାଙ୍କ ୩ ବର୍ଷିୟ ନାତି ଦେବଂଶର ସମ୍ପତ୍ତିର ବୃଦ୍ଧିହାର ହେଉଛି ୧୮. ୭୧ କୋଟି ଟଙ୍କା।

ସ୍ୱଚ୍ଛତା ପ୍ରଦର୍ଶନୀରେ ନାଇଡୁ ପରିବାର ସ୍ୱେଚ୍ଛାକୃତ ଭାବେ ଗତ ୮ ବର୍ଷ ହେବ ପ୍ରତି ବର୍ଷ ତାଙ୍କର ସମ୍ପତ୍ତିବାଡ଼ିର ପରିମାଣ ପ୍ରକାଶ କରି ଆସୁଛନ୍ତି।
ବୁଧବାର ଦିନ ୨୦୧୮-୧୯ ଆର୍ଥିକ ବର୍ଷରେ ଆଇଟି ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ ତଥା ନାଇଡୁଙ୍କ ପୁତ୍ର ନର ଲୋକେଶ ପରିବାରର ସମ୍ପତ୍ତି ଘୋଷଣା କରିଥିଲେ। ସେଥିରୁ ଚଳିତ ଆର୍ଥିକ ବର୍ଷରେ ତାଙ୍କର ସମ୍ପତ୍ତି ହେଉଛି ୨୧. ୪୦ କୋଟି। ଗତବର୍ଷର ୧୫. ୨୧ କୋଟି ଟଙ୍କାର ସମ୍ପତ୍ତି ଉପରେ ୩୦% ବୃଦ୍ଧି ପାଇଛି।ନାଇଡୁଙ୍କ ପତ୍ନୀ ତଥା ହେରିଟେଜ୍‌ ଫୁଡ୍‌ସ୍‌ ଲିମିଟେଡ୍‌ର ମୁଖ୍ୟ ଭୁବନେଶ୍ୱରୀଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩୧. ୦୧ କୋଟି ଟଙ୍କା।

By amfnews

Related Post