Sat. Mar 7th, 2026

ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୨୧୦ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା, ୧୨ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି

250 Views

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ସମୁଦାୟ ୯୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା କଥା ନେସ୍‌ନାଲ୍‌ ଇଲେକ୍‌ସନ୍‌ ଓ୍ଵାଚ୍‌ ଆଣ୍ଡ୍‌ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଅନୁଶୀଳନରୁ ଜଣାପଡ଼ିଛି।

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ  ଦାଖଲ କରିଥିବା ୯୪୩ ଟି ସତ୍ୟପାଠରୁ ଏଡିଆର୍‌ ୯୨୮ଟିକୁ ଅନୁଶୀଳନ କରିଥିଲା। ସମ୍ପୂର୍ଣ୍ଣ ତଥ୍ୟ ନ ଥିବାରୁ ୧୫ ଜଣ ପ୍ରାର୍ଥୀଙ୍କର ସତ୍ୟପାଠ ଅନୁଶୀଳନ ହୋଇ ପାରି ନାହିଁ।

ସମୁଦାୟ ୯୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣ ବା ୨୩% ପ୍ରାର୍ଥୀଙ୍କର ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଥିବା କଥା ସେମାନେ ଘୋଷଣା କରିଛନ୍ତି। ୧୨ ଜଣ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହୋଇଥିବା କଥା ଘୋଷଣା କରିଛନ୍ତି। ୫ ଜଣ ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା ରହିଛି । ୨୪ ଜଣ ପ୍ରାର୍ଥୀ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି। ୨୧ ଜଣ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ସଂକ୍ରାନ୍ତ ଅପରାଧ ଥିବା କଥା ସେମାନେ ଘୋଷଣା କରିଛନ୍ତି। ଅସଦାଚରଣ, ସ୍ୱାମୀ ବା ସମ୍ପର୍କୀୟ ଭାବେ ନାରୀଙ୍କୁ ନିର୍ଯାତନା ଦେବା ଆଦି ଅପରାଧ ସେମାନଙ୍କ ବିରୋଧରେ ରହିଛି। ୧୬ ଜଣ ପ୍ରାର୍ଥୀଙ୍କ ବିରୋଧରେ ରହିଛି ବିଦ୍ୱେଷାତ୍ମକ ଭାଷଣ ଦେବା ଭଳି ଅପରାଧିକ ମାମଲା।

ଏହିସବୁ ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି: ବିଜେପିର ୫୭ଜଣଙ୍କ ମଧ୍ୟରୁ ୨୫ ଜଣ ବା ୪୪%, ବିଏସ୍‌ପିର ୫୪ ଜଣଙ୍କ ମଧ୍ୟରୁ ୧୮ ବା ୩୨%, ଏସ୍‌ଏଚ୍‌ଏସର ୨୧ ଜଣଙ୍କ ମଧ୍ୟରୁ ୧୨ ଜଣ ବା ୫୭% ଏବଂ ୩୪୫ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣ ବା ୧୬%।

By amfnews

Related Post