180 Views
ରାଉରକେଲା, ୨୦ା୮ : ଏକ କାର୍ର ଆଗ ଚକ ଫାଟିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପାଇଁ ଦୁର୍ଘଟଣା ସ୍ଥଳରେ କିଛି ସମୟ ପାଇଁ ଭିଡ ଲାଗି ରହିଥିଲା ।ସୂଚନା ଅନୁଯାୟୀ ରିଙ୍ଗରୋଡ଼ରେ ଆମ୍ବାଗାନ ପଟୁ ସେକ୍ଟର- ୨୦ ଆଡ଼କୁ ଯିବାବେଳେ ଏହି ମାରୁତି ସ୍ୱିଫ୍ଟ କାର୍ର ଆଗ ଚକ ଟାୟାର ଫାଟିଯାଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ନେହରୁ ପାର୍କ ଟ୍ରାଫିକ୍ ନିକଟରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା । ଖବର ପାଇ ରାଉରକେଲା ପୁଲିସର ‘ସହାୟତା’ ଟିମ୍ ପିସିଆର୍ ଭ୍ୟାନ ସହ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ସହାୟତା କରିବା ସହିତ ଗାଡ଼ିକୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଗାଡ଼ିରେ ବସିଥିବା ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।