Mon. Mar 9th, 2026

ଚକଡ଼ା ପୋକ ଯୋଗୁଁ ଉଜୁଡ଼ି ଗଲା ଚାଷ, ଜମିରେ ନିଆଁ ଲଗାଇଲେ ଚାଷୀ

160 Views

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର, ମାଲପଡ଼ା ଓ ହୀରାପୁର ଅ‌ଞ୍ଚଳରେ ଫସଲରେ ଚକଡ଼ା ପୋକ ଲାଗିଯିବାରୁ ଶହ ଶହ ଏକର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ତେଣୁ କୌଣସି ଉପାୟ ନ ପାଇ ଏହି ଗ୍ରାମର ପ୍ରଭାବିତ ଚାଷୀମାନେ ଧାନ ଅମଳ ନକରି ଜମିରେ ନିଆଁ ଲଗାଇ ଦେଇଛନ୍ତି। ଜମିରେ ଋଣ କରି ଚାଷ କଲା ପରେ ଚକଡ଼ା ପୋକ ଲାଗିବା ଦ୍ବାରା ସେମାନଙ୍କ ଫସଲ ସବୁ ଉଜୁଡ଼ି ଯାଇଛି। ବାରମ୍ବାର କୀଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାଷୀମାନେ ଚିନ୍ତାରେ ଥିଲେ। ଏବେ ଅମଳ ସମୟ ଆସିବା ବେଳକୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେଣୁ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି।

ସୂଚନା ଅନୁସାରେ ଗୋବିନ୍ଦପୁର ଗ୍ରାମର ଭଗବାନ ହଂସ, ରାଜାରାମ ହଂସ, ଧର୍ମ ହଂସ, ରୁପସିଂ ହଂସ, ମାଲପଡ଼ା ଗ୍ରାମର ହୀରନ ହଂସ, ବଣକା ହଂସ, ନନ୍ଦଲାଲ ହଂସ, ଅଟଳ ହସଂ, ଅଭିରାମ ବକୁଳ, ସାଗର ବକୁଲ, ଜୟରାମ ବକୁଲ, ଅଶୋକ ପ୍ରଧାନ, ମାଳବିକା ବେହେରା, ନିରାକାର ବେହେରା ପ୍ରମୁଖଙ୍କ ପ୍ରାୟ ୩ ଶହ ଏକର ଜମି ରୋଗ ପୋକରେ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଏମାନେ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ କୃଷି ବିଭାଗ ଅଧିକାରୀ ସଂଜୟ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେଠାରେ ପୋକ ଲାଗିଥିବାରୁ ବିଶେଷ କ୍ଷତି ହୋଇଥିଲା, ତେଣୁ ସେମାନେ ଚାଷ ଜମିକୁ ପୋଡ଼ି ଥାଇପାରନ୍ତି।

By amfnews

Related Post