Sun. Mar 8th, 2026

ଚକ୍ରଧରପୁର ଦେଇ ଚାଲିଲା ରାଉରକେଲା-ପୁରୀ ଇଣ୍ଟରସିଟି

182 Views

ରାଉରକେଲା : ରାଉରକେଲା-ବଡବିଲ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ପ୍ରଚଳନ ହେବା ଦ୍ବାରା ରାଉରକେଲାବାସୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋର ୪ଟା ୩୦ ମିନିଟ୍‌ରେ ରାଉରକେଲାରୁ ଏହି ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ବରିଷ୍ଠ ଅଧିକାରୀ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ। ଟ୍ରେନ୍‌ଟି ଚକ୍ରଧରପୁର-ବଡବିଲ୍‌-ଯାଜପୁରରୋଡ ଦେଇ ପୁରୀରେ ପହଞ୍ଚିବ। ସେଠାରୁ ବାହାରି ରାତି ପ୍ରାୟ ୧୦ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ଷ୍ଟେସନ ମ୍ୟାନେଜର ୟୁ. ମିଶ୍ର, ବିଜେପିର ବରିଷ୍ଠ ନେତା ନିହାର ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲେ।

By amfnews

Related Post