Sat. Mar 7th, 2026

ଘର ଭିତରୁ ଅପହରଣ କରିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ (ଲଜ୍ଜା)

183 Views

ଅନୁଗୁଳ, ନଭେମ୍ବର ୦୩: ଅନୁଗୁଳ ଜିଲ୍ଲା ପାଲଳହଡ଼ା ଥାନା ଅଞ୍ଚଳରେ ଗତ ୩୦ ତାରିଖ ରାତିରେ ଏକ ଲଜ୍ଜାକର ଘଟରା ଘଟିଛି। ଘର ଭିତରୁ ଜଣେ ଯୁବତୀଙ୍କୁ ଅପହରଣ କରିନେଇ ୩ ଜଣ ଯୁବକ ଗଣ ଦୁଷ୍କର୍ମ କରି ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ଏ ନେଇ ପାଲଲହଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟରାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତମାନେ ଫୋରର ହାଇଯାଇଥିିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କାଳିଆ ମହାକୁଡ଼ ନାମକ ଜଣେ ଯୁବକ ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୨/୩ ବର୍ଷ ହେବ ଏକପାଖିଆ ଭାବେ ପ୍ରେମ କରୁଥିଲେ। ତେବେ ଯୁବତୀ ଜଣକ କାଳିଆଙ୍କ କଥାରେ ରାଜି ନ ହେବାରୁ ଗତ ୩୦ ତାରିଖ ରାତିରେ କାଳିଆ ତାର ଦୁଇ ଅଟୋ ଡ୍ରାଇଭର ବନ୍ଧୁ ହେମନ୍ତ ମହାକୁଡ଼ ଓ ଦୁଶାସନ ସୀତାରୀ ସହିତ ମିଶି ସମ୍ପୃକ୍ତ ଯୁବତୀଙ୍କୁ ରାତି ପ୍ରାୟ ୧୧ଟା ବେଳେ ଘରୁ ଟେକି ନେଇ ପାହାଡ଼ ପାଖ ଏକ ପରିତ୍ୟକ୍ତ ସ୍ଥାନରେ ଗଣ ଦୁଷ୍କର୍ମ କରିଥିଲେ। ପରେ ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ସେଠାରେ ଛାଡ଼ି ୩ ଜଣ ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ। ସକାଳେ ସଜ୍ଞା ଫେରି ପାଇ ଯୁବତୀ ଜଣକ ଘରକୁ ଫେରିବା ପରେ ପରିବାର ଲୋକେ ଏ ନେଇ ପାଲଳହଡ଼ା ଥାନାରେ ଅଭିଯୋଗ କରିଥିଳେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଗଣଦୁଷ୍କର୍ମର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିିବା ପୁଲିସ କହିଛି।

By amfnews

Related Post