Mon. Nov 25th, 2024

ଘରେ ବସି ଠିକ କରନ୍ତୁ ଭୋଟର କାର୍ଡ୍, ଅନଲାଇନରେ ମିଳୁଛି ସୁବିଧା

By amfnews Mar 26, 2019 #Featured
215 Views

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ରାଜନୈ÷ତିକ ଦଳ ନିଜ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଏବେ ନିର୍ବାଚନ ଆୟୋଗ ଲୋକମାନଙ୍କ ସୁବିଧା ପାଇଁ ଅନଲାଇନ ସେବା ଆରମ୍ଭ କରିଛନ୍ତି । କିଛି ଲେକଙ୍କ ଭୋଟର କାର୍ଡରେ କିଛି ଭୁଲ ରହିଛି । ଏହା ବଦଳାଇବା ନିହାତି ଜରୁରୀ । ଆଜି ଆମେ ଜାଣିବା କିପରି ଅନଲାଇନରେ ଭୋଟର କାର୍ଡର ଭୁଲକୁ ଠିକ କରିପାରିବେ ।

ପ୍ରଥମେ ଜାଣିବା ଆବଶ୍ୟକ କି ଭୋଟର କାର୍ଡରେ ଠିକଣା ଏବଂ ଭୋଟର କାର୍ଡରେ ନିଜ ନାମକୁ ଯୋଡିବାର ଅଛି ତେବେ ଫର୍ମ ୬ ପୂରଣ କରାଯାଇଥାଏ । ଅନଲାଇନରେ ବି ଆପଣଙ୍କୁ ଫର୍ମ ୬ ପୂରଣ କରିବାକୁ ପଡିବ । ସବୁଠାରୁ ପ୍ରଥମେ ଆପଣଙ୍କ ଫୋନରେ ବ୍ରାଉଜର ମାଧ୍ୟମରେ www.nvsp.in ଏହି ୱେବସାଇଟ୍ ଖୋଲନ୍ତୁ ।

ଏହା ପରେ ଆପଣଙ୍କ ସାମ୍ନାକୁ ଏକ ଫର୍ମ ଆସିବ ଯେଉଁଥିରେ ଆପଣଙ୍କ ରାଜ୍ୟ, ନାମ, ଲିଙ୍ଗ, ଜନ୍ମ ତାରିଖ ଏସବୁ ଅପସନ୍ ଆସିବ । ଯାହାପରେ ଆପଣଙ୍କୁ ୨ଟି ବିକଳ୍ପ ଆସିବ । ଏସବୁ ପୂରଣ କରିବା ପରେ ନିଜର ପ୍ରମାଣ ପାଇଁ ଫଟୋ ଓ ଜନ୍ମ ତାରିଖ ପ୍ରମାଣ ଏବଂ ଆପଣଙ୍କ ଠିକଣା ମଧ୍ୟ ଅପଲୋଡ କରନ୍ତୁ । ଏହାର ସାଇଜ ୨ ଏମବି ମଧ୍ୟରେ ରହିବା ଦରକାର । ଏହା ସହ ଆପଣ ଆଧାର କାର୍ଡ ମଧ୍ୟ ଅପଲୋଡ କରିପାରିବେ । ଇଲେଟ୍ରିକ ବିଲ ଏବଂ ଗ୍ୟାସ ବିଲ ମଧ୍ୟ ଦେବାକୁ ପଡିବ । ଏହା ପରେ ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଏକ ରିଫ୍ରେଶ୍ ଆଇଡି ମିଳିବ  । ଯାହାକୁ ଆପଣ ନୋଟ କରି ରଖନ୍ତୁ । ଏହା ଦ୍ୱାରା ଆପଣଙ୍କର ଆବେଦନ ପତ୍ରକୁ ଠିକ୍ କରିପାରିବେ ।

ଏହି ଆପ୍ଲିକେସନ  ସବମିଟ୍ କରିବା  ପୂର୍ବରୁ ଏହା ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭେରିଫିକେସନ ହେବ । ତାପରେ ଯଦି ଭେରିଫିକେସନ ଠିକ ଥିବ ତେବେ ଆପଣଙ୍କ ଠିକଣାରେ ଆପଣଙ୍କର ଭୋଟର କାର୍ଡ ପହଁଚିଯିବ । ଅନଲାଇନ ମାଧ୍ୟମରେ ଆପଣ ନିର୍ବାଚନ ଆୟୋଗଙ୍କ ସହ ଏ ସଂପର୍କରେ କଥା ହୋଇପାରିବେ ।

By amfnews

Related Post