Fri. Jun 13th, 2025

ଘରୁ କାର୍‌ ଓ ୧୩ ଲକ୍ଷ ଟଙ୍କା ନେଇ ପଳାଇଥିବା ପୁଅ ନାଁରେ ଏତଲା ଦେଲେ ବାପାମାଆ

By amfnews Dec 26, 2018 #Featured
252 Views

ନୂଆଦିଲ୍ଲୀ, ଡିସେମ୍ବର ୨୬  : ଘରୁ କାର୍‌ ଓ ଆକାଉଣ୍ଟ୍‌ରୁ ୧୩. ୫ ଲକ୍ଷ ଟଙ୍କ ନେଇ ପଳାଇଥିବା ୧୮ ବର୍ଷିୟ ପୁଅ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ତା’ର ବାପାମାଆ। ମାଆଙ୍କ ଆକାଉଣ୍ଟ୍‌ରୁ ୧୩ ଲକ୍ଷ ଟଙ୍କା ଉଠାଇବା ପରେ ଘର ଆଲମାରିରୁ ଆଉ ୫୦ ହଜାର ଟଙ୍କା ସହ ବାପାଙ୍କ କାର୍‌ ନେଇ ପୁଅ ପଳାଇ ଯାଇଥିବା କଥା ଏତଲାରେ ଉଲ୍ଲେଖ କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସେ ପିଲାଟି ଘରୁ ଡିସେମ୍ବର ୧୯ ତାରିଖ ଦିନ ପଳାଇ ଯାଇଛି।

ପିତାମାତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଧୂର୍ତ୍ତ ଓ ଅପଦାର୍ଥ ପୁଅ ବେଆଇନ୍‌ କାର୍ଯ୍ୟରେ କାର୍‌ଟିକୁ ଲଗାଇ ପାରେ। ସେ ନିଶା ଔଷଧ କାରବାର ଆରମ୍ଭ କରିଥାଇ ପାରେ ବୋଲି ସେମାନଙ୍କର ଆଶଂକା ହେଲାଣି।

ପୁଅର ପ୍ରେମିକା ଓ ଜଣେ ସାଙ୍ଗ ତାକୁ ଏଥି ନିମନ୍ତେ ପ୍ରରୋଚିତ କରିଥାଇ ପାରନ୍ତି ଭାବି ବାପମାଆ ସେମାନଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ, ପ୍ରେମିକା କହିଲେ ଯେ ସେମାନେ ତା’ର ଅବସ୍ଥିତି ବିଷୟରେ କିଛି ଜାଣି ନାହାନ୍ତି।

ଏହା ପରେ ପୁଅ ବାପାମାଆଙ୍କ ପାଖକୁ ଫୋନ୍‌ କରି ତାକୁ ନ ଖୋଜିବାକୁ କହିଥିଲା। ସେ ଆଉ ତାଙ୍କ ପାଖକୁ ଫେରିଯିବ ନାହିଁ ବୋଲି ସ୍ପଷ୍ଟ କହି ଦେଇଥିବା କଥା ପୁଲିସ କହୁଛି।

ପୁଅର ବାପାମାଆ ଅଭିଯୋଗ କରିଛନ୍ତି ଯେ ସେ ପୂର୍ବରୁ ମାଆଙ୍କ ଆକାଉଣ୍ଟ୍‌ରୁ ୫୦ ହଜାର ଟଙ୍କା ଉଠାଇଥିଲା। ସାଙ୍ଗକୁ ସାହାଯ୍ୟ କରିବା ବାହାନାରେ ସେ ବରାବର ବାପାମାଆଙ୍କୁ ଟଙ୍କା ମାଗୁଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଶେଷଥର ଲାଗି ତା’ର ଫୋନ ଜୟପୁର ନିକଟରେ ସକ୍ରିୟ ଥିବା ଜଣାପଡ଼ିଥିଲା। ସେବେଠାରୁ ଫୋନ୍‌ ସୁଇଚ୍‌ ଅଫ ରହିଛି।

By amfnews

Related Post