Mon. Mar 10th, 2025

ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମାସକୁ ଏତେ କମ ଆୟରେ କାମ କରିବାକୁ ରାଜି ହୋଇ ଯାଇଥିଲେ ପରୀଣିତି, ଆୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

By amfnews Oct 21, 2018 #Featured
ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମାସକୁ ଏତେ କମ ଆୟରେ କାମ କରିବାକୁ ରାଜି ହୋଇ ଯାଇଥିଲେ ପରୀଣିତି, ଆୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମାସକୁ ଏତେ କମ ଆୟରେ କାମ କରିବାକୁ ରାଜି ହୋଇ ଯାଇଥିଲେ ପରୀଣିତି, ଆୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…
341 Views

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ରିଲିଜ୍‌ ହୋଇ ସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଦୁଇ କଳାକାର ଏବେ ଚର୍ଚ୍ଚାରେ ଥିବା ବେଳେ ଅଭିନେତ୍ରୀ ପରୀଣିତି ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ଏକ ଖୁଲାସା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

ସୂଚନା ମୁତାବକ, ନିଜ ଫିଲ୍ମର ପ୍ରମୋସନ ପାଇଁ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରା ଏକ ସୋ’ରେ ପହଞ୍ଚିଥିଲେ । ଯେଉଁଠି ପରୀଣିତି ନିଜ ସହ ଜଡ଼ିତ ଏକ ବଡ଼ କଥା ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ,”ପାଠ ପଢ଼ି ବଡ଼ ବଡ଼ ଡ଼ିଗ୍ରି ନେଇ ସାରିଥିଲେ ମଧ୍ୟ ମୋତେ ଚାକିରି ମିଳୁ ନଥିଲା । ଅନେକ ଚେଷ୍ଟା ପରେ ମଧ୍ୟ କେହି ମୋତେ ଚାକିରି ଦେବା ପାଇଁ ରାଜି ହେଉ ନଥିଲେ । ଥରେ ମୁଁ ଦିଦି ପ୍ରିୟଙ୍କାଙ୍କ କାମ ପାଇଁ ଷ୍ଟୁଡ଼ିଓ ଯାଇଥିବା ବେଳେ ସେଠାରେ ମୋ ପାଇଁ କିଛି କାମ ଅଛି କି ନାହିଁ ବୋଲି ପଚାରିଥିଲି ।

କିନ୍ତୁ ସେମାନେ କିଛି କାମ ନାହିଁ ବୋଲି କହି ମନା କରି ଦେଇଥିଲେ । କିନ୍ତୁ ମାସକୁ ୨ହଜାର ଟଙ୍କାରେ ଇଣ୍ଟର୍ନସିପ୍‌ କରିବା ପାଇଁ ମୋତେ ପ୍ରସ୍ତାବ ଦିଆଯାଇଥିଲା । ମୋତେ ଏହି ଟଙ୍କା ଖୁବ୍‌ କମ ଲାଗିଥିଲେ ମଧ୍ୟ ଘରର ପରିସ୍ଥିତି ପାଇଁ ମୁଁ କାମ କରିବା ପାଇ ରାଜି ହୋଇ ଯାଇଥିଲି । ଧନ୍ୟବାଦ୍‌ ଜଣାଇବି ଆଦିତ୍ୟ ଚୋପ୍ରାଙ୍କୁ, କାରଣ ସେ ମୋତେ ପୂର୍ବରୁ ଫିଲ୍ମ ‘ଲେଡ଼ିଜ୍‌ ଭର୍ସସ୍‌ ରିକି ବହଲ’ରେ ନେବା ପାଇଁ ସ୍ଥିର କରି ସାରିଥିଲେ । ଯାହା ପରେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା” ବୋଲି ପରୀଣିତି କହିଥିଲେ ।

By amfnews

Related Post