475 Views
ହାଇଦ୍ରାବାଦ୍ : ହାଇଦ୍ରାବାଦ୍ରେ ଏକ ଦୁଃଖଦାୟକ ଘଟଣା ଘଟିଛି । ୯ବର୍ଷୀୟା ନାବାଳିକା ଲିପ୍ଟରେ ଫସି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ନାବାଳିକାଟି ତୃତୀୟ ମହଲାରେ ଥିବା ନିଜ ଘରକୁ ଲିପ୍ଟରେ ଆସୁଥିବା ବେଳେ ବାହାରିବା ସମୟରେ ତାଙ୍କ ଗୋଡ଼ ଲିପ୍ଟର ଫାଙ୍କରେ ଫସି ଯାଇଥିଲା । ଯାହାଦ୍ୱାରା ସେ ଲିପ୍ଟରେ ଚାପି ହୋଇ ପ୍ରାଣ ହରାଇଥିଲେ । ପ୍ରାୟ ୨ଘଣ୍ଟାର ପ୍ରୟାସ ପରେ ନାବାଳିକାକୁ କଢ଼ାଯାଇ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ମୁତାବକ, ଘଟଣାଟି ହାଇଦ୍ରାବାଦ୍ର ହସ୍ତିନାପୁରମ୍ରେ ଥିବା ନର୍ଥ ଏକ୍ସଟେନ୍ସନ କଲୋନୀରେ ଘଟିଥିଲା । ତୃତୀୟ ମହଲାରେ ଥିବା ଘରକୁ ପୀଡ଼ିତା ଏକା ଯାଉଥିବା ବେଳେ ଲିପ୍ଟ ପହଞ୍ଚିବା ପରେ ସେ ବାହାରକୁ ବାହାରିଥିଲେ । ହଠାତ୍ ତାଙ୍କ ଗୋଡ଼ ଲିପ୍ଟରେ ଥିବା ଫାଙ୍କରେ ଫସିଯିବାରୁ ସେ ତାକୁ ବାହାର କରିବାରେ ଲାଗି ପଡ଼ିଥିଲେ । ଏହି ସମୟରେ ତଳେ କେହି ଜଣେ ଲିପ୍ଟର ବଟନ ଦବାଇ ଦେବାରୁ ଲିପ୍ଟଟି ବନ୍ଦ ହୋଇ ଯାଇଥିଲା । ଯାହାଦ୍ୱାରା ପୀଡ଼ିତା ମଝିରେ ଫସି ଚାପି ହୋଇ ଯାଇଥିଲେ । ୨ଘଣ୍ଟା କାଳ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ପରିବାର ଲୋକେ ତାଙ୍କୁ ବଞ୍ଚାଇ ପାରି ନଥିଲେ ।