Sun. Mar 8th, 2026

ଘଣ୍ଟାଏ ବର୍ଷାରେ ରାଜଧାନୀ ଉବୁଡୁବୁ

132 Views

ଭୁବନେଶ୍ୱର  :  ଅସରାଏ ବର୍ଷାରେ ରାଜଧାନୀର ହାଲ ବେହାଲ୍ ହୋଇପଡ଼ିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। କମିଶନରେଟ୍ ପୁଲିସ ଅଫିସ୍ ସାମ୍ନାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ କାର, ଅଟୋ, ବାଇକ୍ ସବୁ ପାଣିରେ ବୁଡିଯାଇଛି। water

ମାତ୍ର ଘଣ୍ଟାକର ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଏପରି ଅବସ୍ଥା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହେବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ନୟାପଲ୍ଲୀର ଇସ୍କନ ମନ୍ଦିର ସାମ୍ନା ମଧ୍ୟ ଜଳାର୍ଣ୍ଣବ ହୋଇଛି। ମନ୍ଦିର ସାମ୍ନାରେ ଅଣ୍ଟାଏ ଉଚ୍ଚର ପାଣି ଜମା ହୋଇଥିଲା। ଏମିତିକି ଶ୍ରଦ୍ଧାଳୁମାନେ ପାଣିରେ ପଶି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ।

ଆଜି ଜନ୍ମାଷ୍ଟମୀ ପାଇଁ ଇସ୍କନରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବେଳେ  କୃତ୍ରିମ ବନ୍ୟା ଯୋଗୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ରାଜଧାନୀର ବହୁ ତଳିଆ ଅଞ୍ଚଳ ବି ଜଳମଗ୍ନ ହୋଇଛି। ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି।

By amfnews

Related Post