Fri. Mar 6th, 2026

ଗ୍ୟାସ୍ ଟ୍ୟାଙ୍କି ଫାଟି ଜଳିପୋଡ଼ି ପାଉଁଶ ହୋଇଗଲା ୭ ବଖରା ଘର , ନିଆଁ ଲାଗିବାର କାରଣ ଅସ୍ପଷ୍ଟ

352 Views

କଟକ , ଏପ୍ରିଲ ୫ : ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର । ଏଭଳି ଅଭାବନୀୟ ଘଟିଛି କଟକ ଚାନ୍ଦବାଲି ବ୍ଲକ ଧାମରା କରଞ୍ଜମାଳ ପଞ୍ଚାୟତ ନରେନ୍ଦ୍ରପୁର ଗାଁରେ । ନିଆଁର ମାତ୍ର ଏତେ ଅଧିକ ଥିଲା ଯେ ଏହା ସଙ୍ଗେ ସଙ୍ଗେ ୩ଟି ପରିବାର ୭ ଟି ଘରକୁ ବ୍ୟାପିଗଲା ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ସେପଟେ ସଠିକ୍ ସମୟରେ ଧାମରା ଅଗ୍ନିଶମ ବାହିନୀକୁ ଗ୍ରାମବାସୀମାନେ ଜଣାଇଥିଲେ ମଧ୍ୟ ଉଚିତ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ପାରି ନଥିଲା। ଫଳରେ ଏନେଇ ଗ୍ରାମବାସୀଙ୍କ ଠାରେ ତିବ୍ର ଉତ୍ତେଜନା ଦେଖାଦେଇଛି । ତେବେ ଏହି ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

By amfnews

Related Post