Fri. Mar 6th, 2026

ଗ୍ରୀସ୍‌ର ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେବେ ଓଡ଼ିଆ ଝିଅ

325 Views

ବଲାଙ୍ଗୀର : ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ଗ୍ରୀସ୍‌ରେ ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି କଣ୍ଟେଷ୍ଟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବରେ ଜଣେ ଓଡ଼ିଆ ଝିଅ ଭାଗ ନେବାକୁ ଯାଉଛନ୍ତି। ସେ ହେଉଛନ୍ତି ବଲାଙ୍ଗୀରର ସୌମ୍ୟା ଆଚାର୍ଯ୍ୟ।

ଗ୍ରୀସରେ ହେଉଥିବା ଏହି ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟକୁ ହଟ୍‌ମଣ୍ଡ ଅର୍ଗାନାଇଜେସନ୍‌ ପକ୍ଷରୁ ଆୟୋଜନ କରଯାଇଛି। ସାରା ବିଶ୍ୱରେ ଥିବା ବିବାହିତ ମହିଳାଙ୍କୁ ନେଇ ଏହି ସଂସ୍ଥା ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ କଣ୍ଟେଷ୍ଟ କରିଥାଏ। ଏହାର ନବମ ସଂସ୍କରଣ ପାଇଁ ବିଭିନ୍ନ ସ୍ଥାନରେ ଅଡିସନ୍ ମଧ୍ୟ କରାଯାଇଥିଲା। ରାୟପୁରଠାରେ ହୋଇଥିବା ଅଡିସନ୍‌ରେ ଓଡ଼ିଆ ଝିଅ ସୌମ୍ୟା ଆଚାର୍ଯ୍ୟଙ୍କୁ ଚୟନ କରାଯାଇଛି।

ଅକ୍ଟୋବର ୧୦ ରୁ ୨୦ ମଧ୍ୟରେ ଗ୍ରୀସରେ ହେବାକୁ ଥିବା ଏହି କଣ୍ଟେଷ୍ଟରେ ସାରା ବିଶ୍ୱରୁ ୧୭୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସୌମ୍ୟା ହେଉଛନ୍ତି ଏକମାତ୍ର ଓଡ଼ିଆ ପ୍ରତିଯୋଗୀ।

ବଲାଙ୍ଗୀରର ଅବସରପ୍ରାପ୍ତ ଜଳସେଚନ ବିଭାଗ କର୍ମଚାରୀ ରାମକୃଷ୍ଣ ନନ୍ଦ ଓ ବିଳାସିନୀ ନନ୍ଦଙ୍କର ଝିଅ ହେଉଛନ୍ତି ସୌମ୍ୟା। ଛୋଟବେଳୁ ସେ ମଡେଲିଂରେ ରୁଚି ରଖିଥିଲେ। ତେଣୁ ବିବାହ ପରେ ଏପରି ଏକ ସୁଯୋଗ ମିଳିବାରୁ ସେ ବିଶ୍ୱସ୍ତରୀୟ କଣ୍ଟେଷ୍ଟ ଅଡିସନ୍‌ରେ ଭାଗ ନେଇ ଗ୍ରୀସ୍‌ ଯିବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସୌମ୍ୟା ତାଙ୍କର ବାପାମା’ଙ୍କୁ ଦେଇଛନ୍ତି।

By amfnews

Related Post