Sun. Mar 8th, 2026

ଗ୍ରାମବାସୀଙ୍କ କଥାରେ ରାଜି ନହେବାରୁ ଦଳିତ ଯୁବକଙ୍କ ପୋଷାକ ଖୋଲି ନିସ୍ତୁକ ପିଟିଲେ ଲୋକେ

197 Views

ସୋନିପତ : ହରିୟାଣାର ଏକ ଅନୁସୂଚିତ ଜାତିର ଯୁବକକୁ ଅନ୍ୟ ଜାତିର ଲୋକମାନେ ନିସ୍ତୁକ ମାଡ ମାରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସୋନିପତର ବଜାନାକଲା ଗ୍ରାମରେ ଘଟିଛି।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଦଳିତ ଯୁବକକୁ ଏଥିପାଇଁ ଅନ୍ୟ ଜାତିର ଲୋକମାନେ ମାଡ ମାରିଥିଲେ କାରଣ ସେ ସେମାନଙ୍କ ଜମିରେ କାମ କରିବାକୁ ଓ ଗୃହପାଳିତ ପଶୁଙ୍କୁ ସ୍ନାନ କରାଇବା ପାଇଁ ମନା କରି ଦେଇଥିଲା। ଏହାପରେ ଗ୍ରାମର କିଛି ଲୋକ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ। ସେମାନେ ଦଳିତ ଯୁବକକୁ ଧରି ପୋଷାକ ଖୋଲି ନିସ୍ତୁକମାଡ ମାରିଥିଲେ। ମାଡ ସମୟର ଏହି ଭିଡିଓ ଏକ ମାସ ପରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଭିଡିଓରେ ଦଳିତ ଯୁବକ ଉପରେ ହେଉଥିବା ଅତ୍ୟାଚାର ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ପୀଡିତ ଅଙ୍କିତଙ୍କ ପିତା ତୃଷିପାଲଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ମୋହିତ ଓ ଜିତେନ୍ଦ୍ର ବିରୋଧରେ ମାମଲା ରୁଜୁ କରାଯାଇ ଦୁହିଁଙ୍କୁ ଗିରଫ କରାଯାଇଛି।

By amfnews

Related Post