Thu. Dec 26th, 2024

ଗୋଟିଏ ରାତିରେ ୭ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

rklsanchar@gmail.com' By J.N. Pradhan Jul 14, 2018 #Featured
360 Views

ରାଉରକେଲା, ୧୪/୭  : ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସ୍ଥାନୀୟ ଦୁର୍ଗା ମଣ୍ଡପ ଅଞ୍ଚଳରେ ଥିବା ୭ଟି ଘରୁ ଗୋଟିଏ ରାତିରେ ଦୁର୍ବୁତ୍ତମାନେ କଳାକନା ବୁଲାଇ ଦେଇଛନ୍ତି । ଦୁର୍ବତ୍ତମାନେ ବିଭିନ୍ନ ଲୋକଙ୍କ ଘରେ ପଶି କାରାହର ଆଲମିରା ଭାଙ୍ଗି ସୁନା ଗହଣା ଲୁଟିଛନ୍ତି ତ ଆଉ କାହା ଘରତାଲା ଭାଙ୍ଗି ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛ ।

ସୂଚନାଯୋଗ୍ୟ, ସ୍ଥାନୀୟ ଦୁର୍ଗା ମଣ୍ଡପ ଅଞ୍ଚଳରେ ଥିବା ନାଗେନ୍ଦ୍ର ସିଂ, ଶ୍ରୀନାଥ ସାହୁ, ଚନ୍ଦନ ନାୟକ, ସୁବାସ ସାହୁ, ବିଭୂତି ଭୂଷଣ ସେଠୀ, ଅମ୍ରିତ ଅଗ୍ରୱାଲ, ବିଶ୍ୱନାଥ ଗୁପ୍ତାଙ୍କ ଘରୁ ଗୋଟିଏ ରାତିରେ ଦୁର୍ବୁତ୍ତମାନେ ସେମାନଙ୍କ ଘରେ କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ପ୍ରଥମେ ନାଗେନ୍ଦ୍ର ସିଂଙ୍କ ଘରର ପଛ କବାଟ ଭାଙ୍ଗି ତାଙ୍କ ଘରେ ପଶିଥିଲେ । ନଗେନ୍ଦ୍ରଙ୍କ ପରିବାର ଲୋକ ଶୋଇଥିବା ଘରର କବାଟ ବାହାର ପଟୁ ବନ୍ଦ କରିଦେଇ ଘର ଭିତରେ ଥିବା ଏକ ଆଲମିରା ଭାଙ୍ଗି କିଛି ଦାମୀ କପଡା ଓ ଶାଢ଼ି ନେଇ ଫେରାର ହୋଇଯାଇଥିଲେ ।

ସେହିପରି ଶ୍ରୀନାଥ ସାହୁଙ୍କ ଘରେ ଦୁବୃର୍ତ୍ତମାନେ ପଶି ତାଙ୍କ ଘରେ ଥିବା ୩ଟି ଦାମୀ ମୋବାଇଲ ସେଟ ସହ ନଗଦ ୧୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଚୋରି କରି ନେଇଯାଇଥିବା ବେଳେ ଚନ୍ଦନ ନାୟକଙ୍କ ଘରୁ ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ୩ଟି ସୁନାଚେନ, ୨ଟି ସୁନାମୁଦି ସହ ନଗଦ ୨୦ ହଜାର ଟଙ୍କା ନେଇ ଫେରାର୍ ଯାଇଥିଲେ ।

ଅନୁରୂପ ଭାବେ ସୁବାଷ ସାହୁଙ୍କ ଘରର ତାଲା ଭାଙ୍ଗି ତାଙ୍କ ଏଲଇଡ଼ି ଟିଭି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ବେଳେ ବିଭୂତିଙ୍କୁ ଘରୁ ୪ଟି ମୋବାଇଲ ଚୋରି କରିବା ସହ ବିଶ୍ୱନାଥଙ୍କ ଘର ତାଲା ଭାଙ୍ଗୁଥିବା ବେଳେ ତାଙ୍କ ଭଡ଼ାଟିଆ ଉଠିପଡିବାରୁ ଦୁର୍ବୃତ୍ତମାନେ ପାଚେରୀ ଡେଇଁ ଧରାପଡିଯିବା ଭୟରେ ପଳାଇଥିଲେ । ଉକ୍ତ ଅଞ୍ଚଳରେ ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ ହୋଇ ନଥିବାରୁ ଏଭଳି ଚୋରି ସଂଖ୍ୟା ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଗତ ମାସ ୨୨ ଓ ୨୭ ତାରିଖରେ ଦାଣ୍ଡିଆପାଲି ଅଞ୍ଚଳରୁ ମଧ୍ୟ ଅନୁରୂପ ଭାବେ ଚୋରି ହୋଇଥିଲା ।

Related Post