120 Views
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ। ଅଧିକ୍ଷଣ ଯନ୍ତ୍ରୀ ପଦବୀ ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି ।
ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇଁ ଏହି କାର୍ଯ୍ୟାଳୟକୁ ଆସିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପରକ୍ଷୀତ ଦାସ ମଧ୍ୟ ପଦୋନ୍ନତି ପାଇଥିଲେ। ହେଲେ ସେ ଏହି ଅଫିସ୍କୁ ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ । ଉଭୟଙ୍କୁ କିପରି ଗୋଟିଏ ପଦବୀ ପାଇଁ ନିଯୁକ୍ତି ମିଳିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଘଟଣାକୁ ନେଇ ସାଟ୍ର ଦ୍ୱାରସ୍ତ ହୋଇଛନ୍ତି ପରକ୍ଷୀତ ଦାସ।