Sat. Mar 7th, 2026

ଗୋଟିଏ ଦିନରେ ୨୦ ବରିଷ୍ଠ ଅଧିକାରୀଙ୍କୁ ବଦଳି କଲେ ସିବିଆଇ ନିର୍ଦ୍ଦେଶକ

269 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ସିବିଆଇର କାମଚଳା ନିର୍ଦ୍ଦେଶକ କେ ନାଗେଶ୍ୱର ରାଓ ଗତକାଲିି ଏକଥରକେ ସିବିଆଇର ୨୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ବଦଳି ହୋଇଥିିବା ଅଧିକାରୀମାନ୍‌ ମଧ୍ୟରେ ୨ ଜି ସ୍କାମ୍‌, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଏସ ପି ବିବେକ ପ୍ରିୟଦର୍ଶୀ, ଏସ କେ ନାୟାର ପ୍ରମୁଖ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରୀୟଦର୍ଶୀଙ୍କୁ ଦିଲ୍ଲୀର ଆଣ୍ଟି କରପ୍‌ସନ ବାଞ୍ଚ୍‌ରୁ ଚଣ୍ଡିଗଡ଼କୁ ବଦଳି କରାଯାଇଥିବା ବେଳେ ଶ୍ରୀ ନାୟାରଙ୍କୁ ମୁମ୍ବାଇ ବଦଳି କରାଯାଇଛି। ନାରୟାଙ୍କ ସ୍ଥାନରେ ଚେନାଇର ବରିଷ୍ଠ ଆଇପିଏସ ଏ ଶରବନମ୍‌ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରେମ୍‌ ଗୌତମ ନାମକ ଅନ୍ୟ ଜଣେ ଅଧିକାରୀଙ୍କ ସ୍ଥାନରେ ରାମ ଗୋପାଳଙ୍କୁ, ନିଯୁକ୍ତି ଦିଆଯିବା ସହିତ ତାଙ୍କୁ ଉପ ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେହିପରି ସିବିଆଇ ଡିଏସପି ଏକ କେ ବାସି ଯିଏ ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିଲେ ସିଏ ମଧ୍ୟ ତାଙ୍କ ଆଣ୍ଡାମାନ ବଦଳିକୁ ନେଇ କୋର୍ଟରେ ଆବେଦନ କରିବା ସହିତ ବର୍ତ୍ତମାନର କାମଚଳା ନିର୍ଦ୍ଦେଶକ ନଗେଶ୍ୱର ରାସ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବ କାଯ୍ୟାନୁଷ୍ଠାନ ନେଇଥିିବା ଅଭିଯୋଗ କରିଛନ୍ତି।

By amfnews

Related Post