Sun. Mar 8th, 2026

ଗୋଆ, କର୍ଣ୍ଣାଟକା ପରି କେରଳରେ କଂଗ୍ରେସକୁ ଲାଗିପାରେ ଝଟକା

189 Views

କୋଚି  : କର୍ଣ୍ଣାଟକା, ଗୋଆ ପରେ କେରଳରେ ନିର୍ବାଚିତ ପ୍ରତିନିଧିଙ୍କ ଦଳ ବଦଳ ରାଜନୀତି ଆରମ୍ଭ ହେବାକୁ ଯାଉଛି। କେରଳରେ ଏନଡିଏର ଅଂଶୀଦାର ଦଳ ଜନପକ୍ଷମ୍ ସେକ୍ୟୁଲାର ପାର୍ଟିର ନେତା ତଥା ବରିଷ୍ଠ ବିଧାୟକ ପିସି ଜର୍ଜ ଏହା ଦାବି କରିଛନ୍ତି। ମୁଖ୍ୟତଃ କଂଗ୍ରେସର ୬ ଜଣ ସାଂସଦ ଏବଂ ୩ ଜଣ ବିଧାୟକ ବିଜେପି ସହ ସମ୍ପର୍କରେ ରହିଛନ୍ତି ବୋଲି ସେ ଦାବି କରିଛନ୍ତି।

ଜନପକ୍ଷମ୍ ସେକ୍ୟୁଲାର ପାର୍ଟିର ପ୍ରଦେଶ କମିଟି ବୈଠକ ପରେ କୋଟ୍ଟୟମରେ ଜର୍ଜ ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଅନେକ ପ୍ରମାଣ ତାଙ୍କ ପାଖରେ ଥିଲେ ମଧ୍ୟ ଏବେ ସେ ଏହାର ଖୁଲାସା କରିବେ ନାହିଁ ବୋଲି ଗଣମାଧ୍ୟମକୁ ଜର୍ଜ କହିଛନ୍ତି।

ତେବେ କେରଳ କଂଗ୍ରେସ ଉପସଭାପତି ବି ଡି ସତିସନ ପିସି ଜର୍ଜଙ୍କ ଏହି ଦାବିକୁ ଖାରଜ କରିଛନ୍ତି। ସେ କେବଳ ମିଡିଆରେ ଚର୍ଚ୍ଚିତ ହୋଇ ରହିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ଏହି କଂଗ୍ରେସ ନେତା କହିଛନ୍ତି।

By amfnews

Related Post