216 Views
ସୂଚନା ମୁତାବକ, ଜମ୍ମୁ-କଶ୍ମୀର ପୂର୍ବରୁ ସତ୍ୟପାଲ ମଲ୍ଲିକ୍ ବିହାର ଓ ୨୦୧୮ରେ କିଛି ମାସ ପାଇଁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ସଚିବ ଅଛନ୍ତି। ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଏହି ଆଇଏଏସ୍ ଅଧିକାରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୋଦୀ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ସେ ତୃତୀୟ ଓଡ଼ିଆ।