Sat. Mar 7th, 2026

ଗୁଳି ବିନିମୟରେ ୧୯ ମାଓବାଦୀ ନିହତ, ୩୯ ମାଓବାଦୀ ଗିରଫ: ଡିଜିପି ଶର୍ମା

319 Views

ଭୁବନେଶ୍ୱର: ଗୁଳିବିନିମୟ ସମୟରେ ଗତ ବର୍ଷ ୧୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏନ୍‌କାଉଣ୍ଟର ପରେ ୩୯ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେହିଭଳି ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରାଜ୍ୟ ପୁଲିସର ସଫଳତା ସଂପର୍କରେ ବାର୍ଷିକ ରିପୋର୍ଟ ଉପସ୍ଥାପନା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣାମଧ୍ୟମର ପ୍ରତିନିଧିଙ୍କୁ ଶର୍ମା ଶନିବାର ଏହି ସୂଚନା ଦେଇଛନ୍ତି।

ପୁଲିସ ମହାନିର୍ଦ୍ଦେଶକ ଡ. ଶର୍ମା କହିଛନ୍ତି, ଆତ୍ମସମର୍ପଣ କରିବା ପାଇଁ ମାଓବାଦୀଙ୍କୁ ନିବେଦନ କରାଯାଇଛି। ଆତ୍ମସମର୍ପଣକାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ଡିଜିପି ସର୍ବସାଧାରଣ ସଂପତ୍ତି ନଷ୍ଟ ନେଇ କଠୋର ମତ ରଖିଛନ୍ତି।

ଆନ୍ଦୋଳନ ଆଳରେ ସର୍ବସାଧାରଣ ସଂପତ୍ତି ନଷ୍ଟକୁ ବରଦାସ୍ତ କରାଯିବ ନାହିଁ ବୋଲି ଡିଜିପି କହିଛନ୍ତି। ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ଅଛି କୁନ୍ତୁ ସମ୍ପତ୍ତି ନଷ୍ଟ କରିବା, ଗଣ୍ଡଗୋଳ କରିବାର ଅଧିକାର ନାହିଁ। ଗତବର୍ଷ ଏଭଳି ୩ଟି ବଡ଼ ଧରଣର ଆନ୍ଦୋଳନ ଘଟିଥିଲା। ସମସ୍ତ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଶର୍ମା କହିଛନ୍ତି।

ଗଣାମଧ୍ୟମର ପ୍ରତିନିଧିଙ୍କୁ ଶର୍ମା ଶନିବାର ଏହି ସୂଚନା ଦେଇଛନ୍ତି।

ପୁଲିସ ମହାନିର୍ଦ୍ଦେଶକ ଡ. ଶର୍ମା କହିଛନ୍ତି, ଆତ୍ମସମର୍ପଣ କରିବା ପାଇଁ ମାଓବାଦୀଙ୍କୁ ନିବେଦନ କରାଯାଇଛି। ଆତ୍ମସମର୍ପଣକାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ଡିଜିପି ସର୍ବସାଧାରଣ ସଂପତ୍ତି ନଷ୍ଟ ନେଇ କଠୋର ମତ ରଖିଛନ୍ତି।

ଆନ୍ଦୋଳନ ଆଳରେ ସର୍ବସାଧାରଣ ସଂପତ୍ତି ନଷ୍ଟକୁ ବରଦାସ୍ତ କରାଯିବ ନାହିଁ ବୋଲି ଡିଜିପି କହିଛନ୍ତି। ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ଅଛି କୁନ୍ତୁ ସମ୍ପତ୍ତି ନଷ୍ଟ କରିବା, ଗଣ୍ଡଗୋଳ କରିବାର ଅଧିକାର ନାହିଁ। ଗତବର୍ଷ ଏଭଳି ୩ଟି ବଡ଼ ଧରଣର ଆନ୍ଦୋଳନ ଘଟିଥିଲା। ସମସ୍ତ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଶର୍ମା କହିଛନ୍ତି।

By amfnews

Related Post