161 Views
ନୂଆଦିଲ୍ଲୀ, ନଭେମ୍ବର ୨୧: ନଭେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଗୁରୁନାନକ ଜୟନ୍ତୀ ସମାରୋହରେ ସାମିଲ ହେବା ପାଇଁ ପାକିସ୍ତାନ ୩୮୦୦ ଶିଖ ଶ୍ରଦ୍ଧାଳୁଙ୍କୁ ଭିସା ଜାରି କରିଛି । ପାକିସ୍ତାନ ଉଚ୍ଚାୟୋଗ ନୂଆଦିଲ୍ଲୀରେ ଗତକାଲି ନିଜ ବୟାନରେ ଏନେଇ ସୂଚନା ଦେଇଛି । ଏହା ସହ ଅନ୍ୟଦେଶର ଶିଖ ଶ୍ରଦ୍ଧାଳୁଙ୍କ ତାଲିକା ମଧ୍ୟ ଜାରି ହୋଇଛି ।
ବାବା ଗୁରୁନାନକ ଜୟନ୍ତୀ ସମାରୋହ ପାଇଁ ନିକଟରେ ଜାରି କରାଯାଇଥିବା ଭିସାର ସଂଖ୍ୟା ସର୍ବାଧିକ । ଏହି କାର୍ଯ୍ୟକ୍ରମ ପାଇଁ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୦୦୦ ଭିସା ଜାରି କରିବା ନେଇ ସହମତି ହୋଇଥିଲା । ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମ୍ମଦଙ୍କ କହିବାନୁଯାୟୀ, ଚଳିତ ବର୍ଷ ପାଳନ କରାଯାଉଥିବା ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀକୁ ନେଇ ପାକିସ୍ତାନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।