Sun. Dec 29th, 2024

ଗୁରୁ ନାନକଙ୍କର ୫୫୦ତମ ଜନ୍ମ ଦିବସ ପାଳନ ଅବସରରେ ୯ରୁ ପୁରୀ-ଅମୃତସର ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

By amfnews Nov 8, 2019 #Featured
130 Views

ଭୁବନେଶ୍ବର : ପୂଜା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ମାତ୍ରାଧିକ ଯାତ୍ରୀ ଭିଡ଼କୁ ଉପଲବ୍ଧ କରି ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ବ୍ୟବସ୍ଥା ହୋଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଦେଶର ଗୁରୁତ୍ୱପୂର୍ଣ୍ଣ ସହରକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଥିବା ବେଳେ ଗୁରୁ ନାନକଙ୍କର ୫୫୦ତମ ଜନ୍ମ ଦିବସ ପାଳନ ଅବସରରେ ପୁରୀ ଓ ଅମୃତସର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ-ଅମୃତସର-ପୁରୀ ସ୍ୱତନ୍ତ୍ର ଟ୍ରେନ(୦୮୪୨୭/୦୮୪୨୮) ନଭେମ୍ବର ୯(ଶନିବାର) ରାତି ୧୨ଟା ୩୫ରେ ପୁରୀ ଛାଡ଼ିବ। ସୋମବାର ରାତି ୧୨ଟା ୩୦ରେ ଅମୃତସରରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ ଅମୃତସରରୁ ନଭେମ୍ବର ୧୨ (ମଙ୍ଗଳବାର) ରାତି ୧୨ଟା ୪୫ରେ ଛାଡ଼ି ଗୁରୁବାର ରାତି ୧୦ଟା ୩୦ରେ ପୁରୀରେ ପହଞ୍ଚିବ।

ସେହିପରି ହବିବଗଞ୍ଜ(ଭୋପାଳ)-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ( ୦୧୬୬୧/୦୧୬୬୨) ସ୍ୱତନ୍ତ୍ର ଟ୍ରେନ ସେବାକୁ ନଭେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ସୁବିଧା ସ୍ୱତନ୍ତ୍ର ଟ୍ରେନ(୮୨୮୪୩/୮୨୮୪୪) ନଭେମ୍ବର ୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ସୋମବାର ରାତି ୧୨ଟା ୫ରେ ଛାଡ଼ି ତା’ପରଦିନ ରାତି ୧୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ ନଭେମ୍ବର ୬ରୁ ୨୭ ତାରିଖ ମଧ୍ୟରେ ବେଙ୍ଗାଲୁରୁରୁ ପ୍ରତି ବୁଧବାର ସକାଳ ୫ଟା ୪୦ରେ ଛାଡ଼ି ତା’ପରଦିନ ସକାଳ ୭ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ। ୨ଟି ସ୍ୱତନ୍ତ୍ର ଟ୍ରେନ ପୁରୀଠାରୁ ହାଓଡ଼ା ନିକଟସ୍ଥ ସାନ୍ତ୍ରାଗାଚ୍ଛି/ଶାଲିମାରକୁ ଯାତ୍ରା କରୁଛି। ପୂର୍ବତଟ ରେଳପଥରୁ ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ବିସାପ୍ତାହିକ ଟ୍ରେନ, ବିଶାଖାପାଟଣାରୁ ସିକନ୍ଦରାବାଦ, ସମ୍ବଲପୁରରୁ-ବନସୱାଡି(ବେଙ୍ଗାଲୁରୁ), ବିଶାଖାପାଟଣାରୁ ତିରୁପତି, ଶ୍ରୀକାକୁଲମରୁ କଚେଗୁଡା(ସିକନ୍ଦରାବାଦ), ବିଶାଖାପାଟଣାରୁ ଆରକୁକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି।

ସେହିପରି ଭୁବନେଶ୍ୱରରୁ ଆନନ୍ଦ ବିହାର(ଦିଲ୍ଲୀ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ, ଆହ୍ଲାବାଦ ଯିବା ପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକ ମାର୍ଗ ଦେଇ ବିଶାଖାପାଟଣାରୁ ଆହ୍ଲାବାଦକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ନମ୍ବର ମୂଳରୁ ‘୦’(ଶୂନ) କିମ୍ବା ‘୮’ (ଆଠ)ରୁ ଆରମ୍ଭ ହେଉଛି। ଅନ୍‌ଲାଇନ ଟିକେଟ କରୁଥିବା ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ୱାରି ସିଷ୍ଟମ (ଏନଟିଇଏସ) ମାଧ୍ୟମରେ ଜାଣିପାରିବେ।

By amfnews

Related Post