Sun. Nov 24th, 2024

ଗୁରୁଗ୍ରାମରେ ଦୋକାନ ଓ ବ୍ୟାଙ୍କ୍‌ ଲୁଟ୍‌ କରିବାକୁ ସାନ୍ତା କ୍ଲଜ୍‌ ମୁଖାଧାରୀ ଚୋରଙ୍କୁ ସୁହାଉଛି କୁହୁଡ଼ି

By amfnews Jan 5, 2019 #Featured
124 Views

ଗୁରୁଗ୍ରାମ, ଜାନୁଆରୀ ୦୫ : ଗତ ଦୁଇ ଦିନ ହେବ ଗୁରୁଗ୍ରାମରେ ଘୋଟୁଥିବା ଘନ କୁହୁଡ଼ି ଅପରାଧ କରିବାକୁ ଚୋରମାନଙ୍କୁ ଭାରି ସୁହାଇଛି। ଶୁକ୍ରବାର ସକାଳେ ଗୁରୁଗ୍ରାମର ଖଣ୍ଡସା ରୋଡ୍‌ ଅଞ୍ଚଳରେ ଚୋରମାନେ କୁହୁଡ଼ିର ସୁଯୋଗ ନେଇ ୧୪ଟି ବ୍ୟାବସାୟିକ ପ୍ରତିଷ୍ଠାନରୁ ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ନେଇ ପଳାଇଥିବା କଥା ପୁଲିସ କହିଛି।

ପୁଲିସ କହିଛି, ସେମାନେ ୟୁକୋ ଏବଂ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ୍‌ର କାନ୍ଥ କଣା କରିବାକୁ ଚେଷ୍ଟା ଚଳାଇଥିଲେ, କିନ୍ତୁ ଡ୍ରିଲ୍‌ ମେସିନ୍‌ ଚାଲିବା ଶବ୍ଦ ଯୋଗୁଁ ପାଖ ଘର ଲୋକେ ଉଠିପଡ଼ିବାରୁ ସେମାନଙ୍କ ଅଭିଯାନ ସଫଳ ହୋଇ ନ ଥିଲା। ସିସିଟିଭି କ୍ୟାମେରାରେ ଚିହ୍ନା ନ ପଡ଼ିବାକୁ ସେମାନେ ସାନ୍ତା କ୍ଲଜ୍‌ ମୁଖା ପିନ୍ଧିଥିଲେ।

ଗୁରୁଗ୍ରାମ ପୁଲିସର ବିଶ୍ୱାସ ଯେ ଏହା ଦୁଇଟି ଗ୍ୟାଙ୍ଗ୍‌ର କାମ। ଏହି ଗ୍ୟାଙ୍ଗ୍‌ର ଲୋକମାନେ କୁହୁଡ଼ିର ସୁଯୋଗ ନେଇ ୩ କି. ମି. ଦୂରତ୍ୱ ମଧ୍ୟରେ ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଚୋରି କରିଛନ୍ତି। ସେମାନେ ଖଣ୍ଡସା ରୋଡ୍‌ସ୍ଥିତ ଏକ କମର୍ସିଆଲ୍‌ କମ୍ପ୍ଲେକ୍ସ୍‍ରେ ୧୦ ଦୋକାନ ତାଡ଼ି ଚୋରି କରିଛନ୍ତି। ଏହାଛଡ଼ା ପୁରୁଣା ଜେଲ୍‌ ପରିଧିରେ ଥିବା ଚାରିଟି ଦୋକାନ ଏବଂ ଦୁଇଟି ବ୍ୟାଙ୍କ୍‌ରୁ ଚୋରି କରିଛନ୍ତି। ଦୋକାନ ଖୋଲିବାକୁ ଆସି ସକାଳେ ଦୋକାନ ମାଲିକମାନେ ଘଟନା ସଂକ୍ରାନ୍ତରେ ଜାଣିପାରିଲେ।

ସେମାନେ ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଥିବା କଥା ଜଣେ ଦୋକାନୀ କହୁଛନ୍ତି।ଅଭିଯୋଗ ପରେ ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଧରା ପଡ଼ିଥିବା ଦୁଇ ଅଜ୍ଞାତ ଚୋରଙ୍କ ବିରୋଧରେ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି।

By amfnews

Related Post