Mon. Dec 23rd, 2024

ଗୁଜୁରାଟ: ଜୟନ୍ତୀ ଅବସରରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By Prasanta Patnaik Oct 31, 2020 #Featured
156 Views

ଅହମଦାବାଦ, ଅକ୍ଟୋବର ୩୧ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇଙ୍କ ୧୪୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦୁଇ ଦିନିଆ ଗସ୍ତର ଅନ୍ତିମ ଦିବସରେ ମୋଦୀ ସ୍ୱର୍ଗତ ସର୍ଦ୍ଦାଲ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦିନର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର କେୱାଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି ପାଦଦେଶରେ ପହଂଚି ସର୍ଦ୍ଦାଲ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ମୋଦୀ ପୂର୍ବାହ୍ନ ୮ଟା ୧୦ରେ ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ମୋଦୀ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲ ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି । ମୋଦୀ ଆଜି ସକାଳୁ ଷ୍ଟାଚ୍ୟୁ ଅଫ ୟୁନିଟିରେ ପୂଜା କରିବେ । ଏଠାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ପରେଡରେ ଅଂଶଗ୍ରହଣ ପରେ ଲୋକଙ୍କୁ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୧ଟାରେ ମୋଦୀ ସିଭିଲ ସର୍ଭିସର ନଆଁ ବେଞ୍ଚକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ସେହିପରି ସେ ଆଜି ୧୧ଟା ୪୫ରେ କେୱାଡିଆ ୱାଟର ଏରୋଡ୍ରମକୁ ଉଦଘାଟନ କରିବେ । 

ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ସ୍ୱର୍ଗତ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ମୋଦୀ ପରେ ଜଙ୍ଗଲ ପାର୍କ, ଫେରୀ ବୋଟ, ଭାରତ ଭବନ, ଏକତା ମଲ, ଶିଶୁ ଉଦ୍ୟାନ, ଗ୍ଲୋ ଗାର୍ଡେନ, କାକଟସ ଗାର୍ଡେନ ଓ ଏକତା ନର୍ସରୀକୁ ଉଦଘାଟନ କରିଥିଲେ ।  

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post