Sun. Sep 29th, 2024

ଗୁଜୁରାଟରେ ଆୟୁଷ ଔଷଧ ପରୀକ୍ଷଣ ଦେଲା ନୂତନ ଆଶା

By amfnews Apr 27, 2020 #Featured
144 Views

ଭୁବନେଶ୍ବର: କରୋନା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ। ମାତ୍ର ଗୁଜୁରାଟରେ ଆୟୁଷ ଔଷଧକୁ ନେଇ କରୋନା ସନ୍ଦିଗ୍ଧଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ପରୀକ୍ଷଣ ସଫଳ ହୋଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ଥିବା ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରୀକ୍ଷଣ ଆଗାମୀ ଦିନରେ କରୋନାକୁ ରୋକିବା ଦିଗରେ ଏକ ନୂତନ ଆଶା ସଞ୍ଚାର କରିଛି।

ଗୁଜୁରାଟର ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଜୟନ୍ତୀ ଏସ୍‌. ରବି ଏହି ପରୀକ୍ଷଣ ସଂପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟର ୧୭୯ଟି ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ କେନ୍ଦ୍ରରେ ଥିବା ୬୨୧୦ କରୋନା ସନ୍ଦିଗ୍ଧଙ୍କ ‌ଦେହରେ ଆୟୁଷ ଔଷଧର ପରୀକ୍ଷଣ କରାଯାଇଥିଲା। ତହିଁରୁ ୩୫୫୮୫ଜଣଙ୍କୁ ଆୟୁର୍ବେଦିକ ଓ ୨୬୨୫ ଜଣଙ୍କୁ ‌ହୋମିଓପ୍ୟାଥିକ ଔଷଧ ପ୍ରଦାନ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅତି କମ୍‌ରେ ୭ଦିନ ପାଇଁ ଏହି ଔଷଧର ଡୋଜ୍ ଖାଇବାକୁ ରହିଥିବା ବେଳେ ଯେଉଁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନେ ମାତ୍ର ୩ଦିନ ପାଇଁ ଏହି ଔଷଧ ଖାଇବାରେ ସକ୍ଷମ ହୋଇଥିଲେ। ଏ ଦୃଷ୍ଟିରୁ ରାଜ୍ୟରେ ୭୬.୭୨ ଲକ୍ଷର ଆର୍ସେନିକ ଆଲବମ୍(୩୦) ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ଦିଆଯାଇଥିବା ସେ କହିଛନ୍ତି।

ସଙ୍ଗରୋଧରେ ଥିବା ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ ପଜିଟିଭ୍ ଚିହ୍ନଟ

ବିଶ୍ବବ୍ୟାପୀ କରୋନା ବ୍ୟାପିବା ସମୟରେ ରାଜ୍ୟର ପ୍ରମୁଖ ସରକାରୀ ଆୟୁର୍ବେଦିକ ଡାକ୍ତରଖାନା ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ସେନିକ ଆଲବମ୍ ୩୦ ପ୍ରଦାନ କରାଯାଇଥିଲା। ଏହି ଔଷଧ ଖାଇବା ଲାଗି ଡାକ୍ତରଖାନାରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର କିଛି ଦିନ ପର୍ଯ୍ୟନ୍ତ ଏହି ଔଷଧ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ତନାଘନା ହୋଇଥିଲା। ଏପରିକି ସ୍ବାସ୍ଥ୍ୟ ବିଭାଗର ଏକାଧିକ ଅଧିକାରୀ ଆସି ଡାକ୍ତରଖାନାରେ କେଉଁ ପରିସ୍ଥିତିରେ ଏହି ଔଷଧ ଦିଆଗଲା, ତାହାର ତଦନ୍ତ କରିଥିଲେ। ପରବର୍ତୀ ସମୟରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଫେବ୍ରୁଆରି ୪ ତାରିଖରେ ରାଜ୍ୟର ସମସ୍ତ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଖାନାକୁ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଆୟୁଷ ଔଷଧ ବ୍ୟବହାର ଓ ଚିକିତ୍ସା ନେଇ କୌଣସି ମତ ରଖିବା ଲାଗି ବାରଣ କରାଯାଇଥିଲା।

By amfnews

Related Post