Fri. Dec 27th, 2024

ଗୁଜରାଟ: ଷ୍ଟାଚ୍ୟୁ ଅଫ ୟୁନିଟିକୁ ଯୋଡ଼ିବ ୮ଟି ଟ୍ରେନ, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Jan 17, 2021 #Featured
130 Views

ନୂଆଦିଲ୍ଲୀ, ଜାନୁଆରୀ ୧୭ : ଗୁଜରାଟର ନର୍ମଦା ନଦୀ କୂଳରେ ଥିବା କେୱାଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଆଗାମୀ ଦିନରେ ଅଧିକ ପର୍ଯ୍ୟଟକ ଜୁଟିବେ । ଏହି ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ସରକାର ଓ ଗୁଜରାଟ ସରକାର ଅନେକ ଗୁଡ଼ିଏ ବିକାଶମୂଳକ କାମ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ ୟୁନିଟିକୁ ସଂଯୋଗ କରୁଥିବା ୮ଟି ଟ୍ରେନକୁ ଶୁଭାରମ୍ଭ କରିବେ । ଦେଶର ବିଭିନ୍ନ ସ୍ଥାନରୁ ଏହି ଟ୍ରେନକୁ ଯୋଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନଗୁଡ଼ିକ ଶୁଭାରମ୍ଭ କରିବେ । ଏହି ଅବସରରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ । 

ସୂଚନା ଅନୁସାରେ କେୱଡିଆ-ବାରାଣସୀ ମହାତ୍ମା ଏକ୍ସପ୍ରେସ (ସାପ୍ତାହିକ), ଦାଦର-କେୱଡିଆ ଏକ୍ସପ୍ରେସ (ପ୍ରତିଦିନ), ଅହମଦାବାଦ-କେୱଡିଆ ଜନଶତାବ୍ଦୀ ଏକ୍ସପ୍ରେସ (ଦୈନିକ), ନିଜାମୁଦ୍ଦୀନ-କେୱଡିଆ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ (ସପ୍ତାହକୁ ୨ ଦିନ), କେୱଡିଆ-ରେୱା ଏକ୍ସପ୍ରେସ (ସାପ୍ତାହିକ), ଚେନ୍ନାଇ-କେୱାଡିଆ ଏକ୍ସପ୍ରେସ (ସାପ୍ତାହିକ), ପ୍ରତାପନଗର-କେୱାଡିଆ ମେମୁ ଟ୍ରେନ (ଦୈନିକ) ଓ କେୱଡିଆ-ପ୍ରତାପନଗର ମେମୁ ଟ୍ରେନ ଚାଲିବ ।

ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ କରାଯାଉଛି । ବିଶ୍ୱର ସର୍ବେଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି (ଦେଶର ପ୍ରଥମ ଗୃହ ମନ୍ତ୍ରୀ ସ୍ୱର୍ଗତଃ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ) ୨୦୧୮ ଅକ୍ଟୋବରରେ ୧୪୩ ତମ ଜୟନ୍ତୀ ଅବସରରେ ଉନ୍ମୋଚନ ହୋଇଥିଲା । 

By amfnews

Related Post