Thu. Nov 7th, 2024

ଗୁଗୁଲ ଟ୍ରେଣ୍ଡରେ ଯୋଗୀ ଆଗରେ, ପଛରେ ରହିଗଲେ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀ

By amfnews Mar 21, 2019 #Featured
266 Views

ୟୁପି, ମାର୍ଚ୍ଚ ୨୧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କ୍ରିୟାନ୍ୱୟନରେ ଉତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଏବଂ ପ୍ରୟାଗରାଜରେ କୁମ୍ଭ ମେଳାର ସଫଳ ଆୟୋଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ନୂଆ ଉପଲବ୍ଧି ଯୋଡି ହୋଇଛି । ଆଦିତ୍ୟନାଥ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ଗୁଗୁଲ ଟ୍ରେଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଏହାସହ ତାଙ୍କର ବ୍ୟକ୍ତିଗତ ୱେବସାଇଟ୍ ମଧ୍ୟ ଦେଶର ଏକ ପ୍ରମୁଖ  ୱେବସାଇଟ୍ ଭାବେ ଉଭା ହୋଇଛି ।

ଗତ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ନିଜ ସରକାରର ୨ବର୍ଷର ଉପଲବ୍ଧି ବାବଦରେ ରିପୋର୍ଟ କାର୍ଡ ରଖିଥିଲେ । ଏହାପରେ ସେ ଗୁଗୁଲ ଟ୍ରେଣ୍ଡରେ ଦେଶର ବହୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି । ତାଙ୍କ ପରେ ଦ୍ୱିତାୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି । ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଏବଂ ଚତୁର୍ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି । ତେବେ ଯୋଗୀଙ୍କ  ୱେବସାଇଟ୍ ଦେଶର ସବୁଠାରୁ ଲୋକପ୍ରିୟ ୫ଟି ସାଇଟ୍ ମଧ୍ୟରେ ସ୍ଥାନ ପାଇଛି । ଏହି ସାଇଟକୁ ଦୈନିକ ୯୭.୬ ପ୍ରତିଶତ ୟୁଜର୍ ଭିଜିଟ୍ କରିଥାନ୍ତି ।

By amfnews

Related Post