Sat. Mar 7th, 2026

ଗିରଫ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ହାର୍ଦ୍ଦିକ

201 Views

ଅହମଦାବାଦ: ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ହୋଇଥିବା ହାର୍ଦ୍ଦିକ ପଟଲେ ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ହାଜର ହୋଇ ନଥିଲେ।

ଏଥିପାଇଁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ୍‌ ଅହମଦାବାଦର ଭୀରମଗାମରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଜାନୁଆରୀ ୨୪ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସେ ଶୁଣାଣି ବେଳେ ଅହମଦାବାଦ ଟ୍ରାଏଲ କୋର୍ଟରେ ହାଜର ନ ହେବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ୨୦୧୫ରେ କ୍ରାଇମବ୍ରାଞ୍ଚ ତାଙ୍କ ନାଁରେ ଦେଶଦ୍ରୋହ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ସେ ସଂରକ୍ଷଣ ପାଇଁ ଚାଲିଥିବା ଆନ୍ଦୋଳନ ବେଳେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ଅଭିଯୋଗ ହୋଇଛି।

ତେବେ ହାର୍ଦ୍ଦିକ ପଟେଲ ନିଜ ନାଁରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ନେଇ କୌଣସି ପ୍ରମାଣ ନଥିବା ମଧ୍ୟ କହିଛନ୍ତି।

By amfnews

Related Post