Sun. Mar 8th, 2026

ଗାଡ଼ି ସହ ଚୋରାମଦ ଜବତ, ଚାଳକ ଗିରଫ

336 Views

ବାଲିକୁଦା: ବାଲିକୁଦା ପୁଲିସ ଆଜି ଚଢ଼ାଉ କରି ୧୧୭ପେଟି ଚୋରାମଦ ସହ ଏକ ମାକ୍ସିମା ଗାଡ଼ି ଜବତ କରିଛି। ଗାଡ଼ିର ଚାଳକକୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ତେବେ, ଉକ୍ତ ମଦ ନେଉଥିବା ଜାମୁଗାଁର ଚୋରା‌ ବେପାରୀ ପୁଲିସକୁ ଚକ୍‌ମା ଦେଖାଇ ଫେରାର୍‌ ହୋଇଯାଇଛି।
ପୁଲିସ ନିକଟରୁ ମିଳିଥିବା ଖବର ମୁତାବକ, ଗତକାଲି ରାତିରେ ଓଆର-୨୧ଇ-୦୯୨୯ ନମ୍ବରର ମାକ୍ସିମା ଗାଡିରେ ‌ବିପୁଳ ପରିମାଣର ମଦ ଚୋରା ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ପୁଲିସକୁ ମିଳିଥିଲା।

ଈଶ୍ବରପୁର ଛକଠାରେ ବାଲିକୁଦା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଟାଟା ମାକ୍ସିମା ଗାଡିଟି ସେହି ଦିଗକୁ ଖୁବ୍ ଜୋରରେ ଆସୁଥିଲା। ଆଇଆଇସି ସବେର୍ଶ୍ବର ବେହେରାଙ୍କ ନିର୍ଦେଶରେ ପାଟ୍ରୋଲିଂ ଡ୍ୟୁଟି କରୁଥିବା ବାଲିକୁଦା ଥାନା ଟିମ୍‌ ଦୁଇଭାଗରେ ବିଭକ୍ତ ହୋଇ ଚୋରା ବେପାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ। ଗୋଟିଏ ଦଳ କଣିଆ ରାସ୍ତାରେ ଜଗିଥିବା ବେଳେ ଅନ୍ୟ ଦଳଟି ଈଶ୍ବରପୁର ସ’ମିଲ୍‌ ଛକରେ ଜଗିଥିଲା। ଭୋର ପ୍ରାୟ ସାଢ଼େ ୫ ଟା ସମୟରେ ମଦଭର୍ତ୍ତି ମା‌କ୍ସିମା ଗାଡ଼ିକୁ ପୁଲିସ ଜବତ କରିଥିଲା।

ତେବେ, ପୁଲିସ ଆଖିରେ ଚକ୍‌ମା ଦେଇ ଚୋରାମଦ ବେପାରୀ ହାଡୁଆ ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିବା ପେଳେ ପୁଲିସ ଉକ୍ତ ଗାଡ଼ି ଓ ଏହାର ଡ୍ରାଇଭର ଆଦର୍ଶ ରାଉତକୁ ଗିରଫ କରିଥିଲା। ଉକ୍ତ ଗାଡ଼ିରେ ୧୪୯ ପେଟି ଦେଶୀମଦ(ଆସ୍କାଫଟି) ଓ ୨୯ ପେଟି ବିଅର ମିଳିଛି। ଉକ୍ତ ମଦ ଏରସମା ଥାନା ଅନ୍ତର୍ଗତ ଗୋଡା ଅଞ୍ଚଳରୁ ବାଲିକୁଦା ଓ ନାଉଗାଁ ଥାନା ଅ‌ଞ୍ଚଳର ଖୁଚୁରା ବ୍ୟବସାୟୀଙ୍କ ପାଖକୁ ଆସୁଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି। ଚଢ଼ାଉରେ ସବ୍-ଇନ୍ସପେକ୍ଟର ରବିନାରାୟଣ ଲେଙ୍କା, ଏଏସଆଇ ସୁଶାନ୍ତ କୁମାର ସାହୁ, ନିତ୍ୟାନନ୍ଦ ସ୍ବାଇଁ, ନରେନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ଥିଲେ। ତେବେ, ଚୋରାମଦ ବେପାରୀ ଖସିଯିବାକୁ ନେଇ ଭିନ୍ନ ଭିନ୍ନ ଚର୍ଚା ଶୁଣିବାକୁ ମିଳୁଛି।

By amfnews

Related Post