Wed. Apr 23rd, 2025

ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ : ଓଡ଼ିଶାରେ ଗାନ୍ଧୀଜୀଙ୍କ ରହଣି, ଭ୍ରମଣ ସ୍ଥାନ ହେବ ସର୍କିଟ୍‌ ଡେଷ୍ଟିନେସନ୍‌

By amfnews Aug 4, 2019 #Featured
177 Views

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୨ରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହୋଇ ଆସୁଥିବା ବେଳେ ଏହା ଚଳିତ ବର୍ଷ ଅକ୍ଟୋବର ୨ରେ ଶେଷ ହେବ। ଅନ୍ତର୍ଜାତୀୟ ସ୍ତରରେ ଏହା ପାଳନ ହେବା ସହ ପ୍ରତ୍ୟେକ ରାଜ୍ୟରେ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ‌ଅନୁଷ୍ଠିତ ହୋଇଛି।

ମହାତ୍ମା ଗାନ୍ଧୀ ଓଡ଼ିଶାର ଯେଉଁ ସ୍ଥାନକୁ ଆସିଛନ୍ତି ଓ ଯେଉଁ ସ୍ଥାନରେ ରହଣି କରିଛନ୍ତି, ସେଠାରେ ସମ୍ପୃକ୍ତ ଜିଲ୍ଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଉତ୍ସବ ପାଳନ ହେବ। ସେଇ ସ୍ଥାନଗୁଡ଼ିକୁ ନେଇ ପର୍ଯ୍ୟଟନ ବିଭାଗ ସର୍କିଟ୍‌ ଡେଷ୍ଟିନେସନ୍‌ କରିବାକୁ ନିଷ୍ପତ୍ତି ନେଇଛି। ସ୍ବରାଜ ଆଶ୍ରମ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର, ବେରବୋଇ ଆଦି ସ୍ଥାନରେ ଏହି ଉତ୍ସବ ପାଳିତ ହେବ। ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟ ୯ରେ କ୍ରାନ୍ତି ଦିବସ ଦିନ ଗାନ୍ଧୀ ଚର୍ଚା ହେବ। ଗାନ୍ଧୀଜୀଙ୍କ ଆଗମନ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ଅଗଷ୍ଟ ‌୧୬ରେ ଗାନ୍ଧୀବାଦୀ ବ୍ୟକ୍ତିତ୍ବ କୁମାର ପ୍ରଶାନ୍ତ ଗାନ୍ଧୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବେ। ଅକ୍ଟୋବର ମାସର ସଂସ୍କୃତି ଚର୍ଚ୍ଚା ଓ ପୁସ୍ତକ ଚର୍ଚ୍ଚା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ଏହି ଜୟନ୍ତୀ ପାଳନ ପାଇଁ ପୂର୍ବରୁ ଗଠିତ ରାଜ୍ୟସ୍ତରୀୟ କମିଟି ଓ ସବ୍‌-କମିଟି ଏନେଇ ତ୍ବରିତ ବେଗରେ କାମ କରିବାକୁ କୁହାଯାଇଛି। ଏହାର ପୁନର୍ଗଠନ ମଧ୍ୟ ହୋଇପାରେ ବୋଲି ସୂଚନା ଦିଆଯାଇଛି।

ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ୩ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

By amfnews

Related Post