Sat. Mar 7th, 2026

ଗାଧୋଇବାକୁ ଯାଇ ବିରୂପା ନଦୀରେ ବୁଡ଼ିଗଲେ ଦୁଇସାଙ୍ଗ, ଜଣେ ଉଦ୍ଧାର

331 Views

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଇନ୍ଦୁପୁର ନିକଟସ୍ଥ ଛୋଟୀ ଗ୍ରାମ ନିକଟରେ ଥିବା ବିରୂପା ନଦୀ ଘାଟକୁ ଗୁରୁବାର ସକାଳେ ଦୁଇଜଣ ସାଙ୍ଗ ଗାଧେଇବାକୁ ଯାଇଥିଲେ। ତେବେ ଗାଧୋଉ ଥିବା ସମୟରେ ହଠାତ ଦୁଇଜଣ ସାଙ୍ଗ ବୁଡି ଯାଇଥିଲେ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁଇସାଙ୍ଗ ମଧ୍ୟରୁ ଜଣଙ୍କ ନାମ ଦିବ୍ୟଜ୍ୟୋତି ପ୍ରଧାନ ଓ ଅନ୍ୟଜଣକ ନାମ ଆକାଶ ଦାସ ବୋଲି ଜଣାପଡ଼ିଛି। ଖବର ପାଇ ଗ୍ରାମବାସୀ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଆକାଶ ଦାସଙ୍କ ଶବ ଉଦ୍ଧାର ହୋଇପାରିଥିଲା। ଏହି ଅଘଟଣ ଖବର ମିଳିବା ପରେ ସମଗ୍ର ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି।

By amfnews

Related Post