Fri. Mar 6th, 2026

ଗହମ ଖେତରେ ପଶି ମହିଳା ଚାଷୀଙ୍କ ସହ ଶସ୍ୟ କାଟିଲେ ହେମାମାଳିନୀ

331 Views

ମଥୁରା: ପ୍ରଖ୍ୟାତ ଅଭିନେତ୍ରୀ ତଥା ମଥୁରାର ଲୋକସଭା ସଦସ୍ୟ ହେମାମାଳିନୀ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ ଏ ସଂପର୍କୀତ ଏକ ଫଟୋ ଟୁଇଟରରେ ସେଆର୍‌ କରିଛନ୍ତି। ଏହି ଫଟୋ ହେଉଛି ଲୋକସଭା ଆସନ ମଥୁରାର ଗୋବର୍ଦ୍ଧନ ଅଞ୍ଚଳର। ଏଥିରେ ହେମାମାଳିନୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଡ୍ରିମ ଗାର୍ଲ ଭାବେ ଜଣାଶୁଣା ହେମାମାଳିନୀ ମହିଳାମାନଙ୍କ ସହିତ ମିଶି ଗହମ ଖେତରେ ପହଞ୍ଚିଥିଲେ।

ସେଠାରେ ହେମାମାଳିନୀ ଗହମ ଶସ୍ୟ କାଟିଥିଲେ। ସେ ଖେତରେ ଗହମ କାଟୁଥିବା ମହିଳାମାନଙ୍କୁ ସାହାଯ୍ୟ କରୁଥିଲେ। ଏହି ଅବସରରରେ ହେମାମାଳିନୀ କହିଛନ୍ତି ଯେ ସେ ମହିଳା ଚାଷୀମାନଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ। ପ୍ରଚଣ୍ଡ ଖରାରେ ହେମାମାଳିନୀଙ୍କ ଏହି କାମ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଗତ ୨୦୧୪ ଲୋକସଭା ନିର୍ବାଚନରେ ହେମାମାଳିନୀ ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ ପୁତ୍ର ଜୟନ୍ତ ସିଂହଙ୍କୁ ପରାଜିତ କରିଥିଲେ। ଏଥର ହେମାମାଳିନୀ ପୁଣି ମଥୁରାରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

By amfnews

Related Post