ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳାଠାରେ ଥିବା ଓଡିଶା ଗ୍ରାମ୍ୟବ୍ୟାଙ୍କରେ ଟଙ୍କା ନଥିବାରୁ ଗ୍ରାହକ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ଏହି ବ୍ୟାଙ୍କରେ ପ୍ରାୟ ସମୟ ଲିଙ୍କ୍ ଫେଲ ହୋଇପଡୁଥିବା ବେଳେ ଅନେକ ସମୟରେ ଟଙ୍କା ନାହିଁ ବୋଲି କହି ବ୍ୟାଙ୍କ କର୍ମଚାରୀମାନେ ଗ୍ରାହକ ମାନଙ୍କୁ ଫେରାଇା ଦେଉଛନ୍ତି ।
ଗତ କିଛି ଦିନ ହେବ ଏହି ସମସ୍ୟା ଲାଗିରହିଥିବାର ଜଣାପଡିଛି । କୌଣସି ଗ୍ରାହକ ଏକ ଲକ୍ଷ ଟଙ୍କାରୁ ଅଧିକ ଉଠାଇବାକୁ ଗଲେ ଟଙ୍କା ନାହିଁ ୨ ଘଣ୍ଟା ଅପେକ୍ଷା କରନ୍ତୁ ନଚେତ୍ ୩ଟା ପରେ ଆସନ୍ତୁ କହି ସେମାନଙ୍କୁ ଫେରାଇ ଦିଆଯାଉଛି । ବହୁ ଦୂରଦୂରାନ୍ତରୁ ଗ୍ରାହକ ମାନେ ବ୍ୟାଙ୍କକୁ ଯାଉଥିବା ବେଳେ ସଠିକ ସମୟରେ ଟଙ୍କା ନମିଳିବାରୁ ଗ୍ରାହକମାନେ ସେମାନଙ୍କର କାର୍ଯ୍ୟ ଠିକ୍ ସମୟରେ କରିବା ସମ୍ଭବପର ହେଉନାହିଁ ।
ବ୍ୟାଙ୍କରେ ଟଙ୍କା ଜମାଦେଇ ଏହାର ଉଠାଣ ପାଇଁ ଏହି ସମସ୍ୟାକୁ ନେଇ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଉଛି । ଯଦି ବ୍ୟାଙ୍କରେ ଲକ୍ଷେ ଟଙ୍କା ନାହିଁ ଏହା କିପରି ବ୍ୟାଙ୍କ ବୋଲି ସାଧାରଣରେ ଆଲୋଚନା ହେଉଛି ।