Fri. Mar 6th, 2026

ଗତ ୬ମାସ ମଧ୍ୟରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିନାହିଁ : ଗୃହ ମନ୍ତ୍ରାଳୟ

302 Views

ନୂଆଦିଲ୍ଲୀ  : ଲଦାଖର ଭାରତ-ଚୀନ ସୀମାର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଗତ ଚାରିମାସ ଧରି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତ-ଚୀନ ସେନା ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି। ଏହା ସହ ଚୀନ ସେନା ଅନେକ ଥର ଅନୁପ୍ରବେଶ କରିଥିବାର ଖବର ମଧ୍ୟ ମିଳିଛି। ‌ହେଲେ ସଂସଦର ମୌସୁମୀ ଅଧିବେଶନରେ ଗୃହ ମନ୍ତ୍ରାଳୟ ଭାରତ-ଚୀନ୍ ସୀମାରେ କୌଣସି ‘ଅନୁପ୍ରବେଶ’କୁ ପ୍ରତ୍ୟାଖ୍ୟାନ କରିଛି। ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତ ୬ମାସ ମଧ୍ୟରେ ଚୀନ ସେନା ଭାରତୀୟ ଅଂଚଳକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିନାହିଁ।

ଗୃହ  ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କହିବା ମୁତାବକ, ଚୀନ ସେନା ଏଲଏସିରେ ଥିବା ସ୍ଥିତାବସ୍ଥାର ‘ଉଲ୍ଲଂଘନ’ ଏବଂ ‘ବଳପୂର୍ବକ ପ୍ରବେଶ’ କରିବାକୁ ଉଦ୍ୟମ କରିଛି ସତ, କିନ୍ତୁ ଅନୁପ୍ରବେଶ କରିନାହିଁ। ଅନୁପ୍ରବେଶର ପ୍ରକୃତ ଅର୍ଥ ବୁଝାଇ ସେ କହିଛନ୍ତି ଯେ, ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରୁ ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କଲେ ଏହାକୁ ଅନୁପ୍ରବେଶ(ଇନଫିଲଟ୍ରେସନ) ବୋଲି କୁହାଯାଏ। ତେଣୁ ସେ ଦୃଷ୍ଟିରୁ କୌଣସି ଅନୁପ୍ରବେଶ ହୋଇଛି ବୋଲି କହିବା ଭୁଲ୍ ହେବ |

During talks, Chinese side silent on number of casualties suffered
ସୂଚନା ମୁତାବକ, ରାଜ୍ୟସଭା ସାଂସଦ ଡକ୍ଟର ଅନୀଲ ଅଗ୍ରୱାଲ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଗତ ୬ମାସ ମଧ୍ୟରେ ପାକିସ୍ତାନ ଏବଂ ଚୀନ୍ ସୀମାରେ ଅନୁପ୍ରବେଶ ବୃଦ୍ଧି ପାଇଛି କି?  ଏହାର ଉତ୍ତରରେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଗତ ୬ମାସ ମଧ୍ୟରେ ଭାରତ-ଚୀନ୍ ସୀମାରେ କୌଣସି ଅନୁପ୍ରବେଶ ହୋଇନାହିଁ। ଏଥି ସହିତ ଫେବୃଆରୀରୁ ପାକିସ୍ତାନ ପଟୁ ପ୍ରାୟ ୪୭ଥର ଅନୁପ୍ରବେଶ ଉଦ୍ୟମ କରିଥିବା ସେ କହିଛନ୍ତି। ତେବେ ଗତ ୪ମାସ ଧରି ଏଲଏସିରେ ଚୀନ୍ ସେନା ଅନୁପ୍ରବେଶ କରି ଆକ୍ରମଣ କରିବାର ଖବର ସାମ୍ନାକୁ ଆସିଥିଲା। ଏ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ବିବୃତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

By amfnews

Related Post