Sat. Mar 7th, 2026

ଗଣ୍ଠିବାତ,ମୁଣ୍ଡବିନ୍ଧା ଓ ବଦହଜମୀରୁ ରକ୍ଷା ପାଇବା ଲାଗି କରନ୍ତୁ ଏହି କାମ !

441 Views

ଆର୍ଥରାଇଟ୍‌ସ ବା ଗଣ୍ଠିବାତ ଓ ଗଣ୍ଠିବିନ୍ଧା ରୋଗ ଆଜିକାଲି ମାମୁଲି  ହୋଇଗଲାଣି। ଅନେକ  ଲୋକ ଏହାଦ୍ୱାରା ଆକ୍ରାନ୍ତ ବୋଲି କୁହାଯାଏ। ଏହି ରୋଗରୁ ରକ୍ଷା ପାଇବା ଲାଗି ପୀଡ଼ିତମାନେ ଔଷଧ ସେବନ କରିଥାନ୍ତି। ହେଲେ  ଜାଣନ୍ତି କି ଏଥିରୁ ମୁକୁଳିବା ଲାଗି ଆପଣଙ୍କ ପାଇଁ କେବଳ ଗୋଟିଏ ଯୋଗାସନ ଯଥେଷ୍ଟ।

ଏହି ଯୋଗାସନ ହେଲା ସିଦ୍ଧାସନ। ଏହାକୁ ୮୪ ଲକ୍ଷ ଆସନ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ,ସିଦ୍ଧାସନ କରିଲେ ମନୁଷ୍ୟ  ମୋକ୍ଷପ୍ରାପ୍ତ ହୋଇଥାଏ। କାରଣ ଏହି ଆସନ କରିଲେ କାମନା ବାସନା ଦୂର ହୋଇଥାଏ ଓ ବ୍ରହ୍ମଚର୍ଯ୍ୟ ପ୍ରାପ୍ତି ଲାଗି ସଫଳତା ମିଳିଥାଏ।

ଏବେ ଆସନ୍ତୁ ଜାଣିବା, କିଭଳି ଏହି ଆସନ କରାଯାଏ?

ପ୍ରଥମେ ବାମ ଏଡ଼ିକୁ ଯୌନାଙ୍ଗ ଓ ନିତମ୍ବ ମଧ୍ୟରେ ରଖନ୍ତୁ। ଡାହାଣ ଏଡ଼ିକୁ ଯୌନାଙ୍ଗ ଉପରେ ରଖନ୍ତୁ,ଯେପରିକି  ତା’ଉପରେ ଏହାର ବିଶେଷ ଚାପ ନ ପଡ଼େ। ଉଭୟ ଜଂଘକୁ ମଝିରେ ରଖନ୍ତୁ। ଦୁଇ ହାତକୁ ଦୁଇ କହୁଣୀ ଉପରେ ଜ୍ଞାନମୁଦ୍ରାରେ  ରଖନ୍ତୁ। ତା’ପରେ ସହଜଢଙ୍ଗରେ ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହାପରେ ଆଖିବନ୍ଦ କରି ଧ୍ୟାନ କରନ୍ତୁ। ପାଞ୍ଚ ମିନିଟ୍‌ ଯାଏଁ ଏହି ସିଦ୍ଧାସନର ଅଭ୍ୟାସ କରନ୍ତୁ। ତେବେ ଏ ସମୟରେ ମନକୁ ଶାନ୍ତ ରଖିବା ଏକାନ୍ତ ବିଧେୟ।

ସିଦ୍ଧାସନ କରିଲେ ଆଣ୍ଠୁ ଓ ଅଣ୍ଟାବିନ୍ଧାରୁ ମଧ୍ୟ ମୁକ୍ତି ମିଳିଥାଏ। ସିଦ୍ଧାସନ ଯୋଗୁଁ ଜଠରାଗ୍ନି କ୍ଷୀପ୍ର ହୋଇଥାଏ।ଏହା ଫଳରେ ହଜମ କ୍ରିୟା ଉନ୍ନତ ହୋଇଥାଏ ଏବଂ ବାୟୁତତ୍ତ୍ୱ ମଧ୍ୟ ସନ୍ତୁଳିତ ହୋଇଥାଏ।

By amfnews

Related Post