Sat. Mar 7th, 2026

ଗଣତି ପୂର୍ବରୁ ଗୁଳିମାଡ଼: କଂଗ୍ରେସ ପ୍ରାର୍ଥୀଙ୍କୁ ଗୁଳିମାଡ଼

183 Views

ବ୍ରହ୍ମପୁର : ଭୋଟ ଗଣତି ପୂର୍ବରୁ ଗୁଳିମାଡ଼। ନିର୍ବାଚନ ଫଳାଫଳ ଆସିବାର କେଇ ଘଣ୍ଟା ପୂର୍ବରୁ ଆସିକା ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ଆସିକାର ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଛି।

୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମନୋଜଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ।

ସେପଟେ ଗୁଳିକାଣ୍ଡ ପରେ ଫେରାର ମାରିଥିବା ଦୁର୍ବୃତ୍ତମାନେ ଗୋଳନ୍ଥରାରେ ଜଣେ ନାବାଳକକୁ ଧକ୍କା ଦେଇଥିବା ସୂଚନା ମିଳିିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସେମାନେ ଏକ ମୋଟର ସାଇକେଲ ଓ ଦୁଇଟି ମାଉଜର ଫିଙ୍ଗି ଛୁ ମାରିଛନ୍ତି। ଦୁର୍ଘଟଣାରେ ଆହତ ନାବାଳକ ଜଣକ ଗୁରୁତର ରହିଛି। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ଲାଗି ତନାଘନା ଜାରି ରଖିଛି।

By amfnews

Related Post