Sat. Mar 7th, 2026

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ; ୩ ଅଟକ

194 Views

ଲମତାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ମିଳିତ ପାଟ୍ରୋଲିଂ ବେଳେ ବଡ଼ସଗର ଅଞ୍ଚଳରୁ ଗୋଟିଏ ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି। ଏହି ଗାଡ଼ିରେ ପ୍ରାୟ ୪୦୦ କେଜି ଗଞ୍ଜେଇ ଯାଉଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ୍‌ ୩ ଜଣକୁ ଅଟକ ରଖିଛି।ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ସଗର ଅଞ୍ଚଳରେ ସବୁ ଗାଡ଼ି ଯାଞ୍ଚ କରିଥିଲା। ଏହି ସମୟରେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ  ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଏହି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଏକ୍ସକର୍ଟ କରି ନେଇ ଯାଉଥିବା ଏକ ବୋଲେରକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଲମତାପୁଟ ଫାଣ୍ଡି ଅଧିକାରୀ କହିଛନ୍ତି।

By amfnews

Related Post