Sat. Mar 7th, 2026

ଗଞ୍ଜେଇ ଟାଣିବାକୁ ବିରୋଧ କରିବାରୁ ପ୍ରାଣୀ ଚିକିତ୍ସକଙ୍କୁ ଆକ୍ରମଣ

199 Views

ସମ୍ବଲପୁର , ଡିସେମ୍ବର ୧୦: ଗଞ୍ଜେଇ ପିଇବାକୁ ମନା କରିବାରୁ ରେଢାଖୋଲ ପ୍ରାଣୀ ଚିକିତ୍ସକ ଡ.ଆକାଶ ମିଶ୍ରଙ୍କ ଉପରେ ସାମୁହିକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଉପଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ହୋଇଥିଲେ ମଧ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଏଡିଭିଏସ୍‌ ଆକାଶ ଅଫିସ କାମ କରୁଥିଲେ। ଏହି ସମୟରେ କାର୍ଯ୍ୟାଳୟ ପଛ ପଟରେ ୪ରୁ୫ ଜଣ ବ୍ୟକ୍ତି ଗଞ୍ଜେଇ ଟାଣୁଥିଲେ। ଏହାକୁ ସେ ବିରୋଧ କରିଥିଲେ। ଏହି ବ୍ୟକ୍ତିମାନେ ଉତ୍ୟକ୍ତ ହୋଇ ନିକଟସ୍ଥ ପଡ଼ାର ନିଜ ସାଥୀ ମାନଙ୍କୁ ଡାକି ଆଣିଥିଲେ। ଟାଙ୍ଗିଆ ଏବଂ ପଥର ନେଇ ସେମାନେ ପହଞ୍ଚିବା ସହିତ ତାଙ୍କ ଉପରେ ସାମୁହିକ ପଥର ମାଡ଼ କରିଥିଲେ। ସେ ରକ୍ତାକ୍ତ ସ୍ଥିତିରେ ସେଠାରୁ ଦୌଡ଼ି ପଳାଇଥିଲେ। ତାଙ୍କର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି।

By amfnews

Related Post