Sat. Mar 7th, 2026

ଗଞ୍ଜାମ ଜିଲ୍ଲାର ଦୁଇ ବିଧାୟକଙ୍କୁ ହତ୍ୟା ଧମକଭରା ବ୍ୟାନର ମାରିଲେ ମାଓବାଦୀ,

212 Views

ଭଞ୍ଜନଗର, ନଭେମ୍ବର ୦୩: ବିଧାୟକଙ୍କ ନାମ ନ ନେଇ ଗଞ୍ଜାମ ଜିଲ୍ଲାର ଦୁଇ ବିଧାୟକଙ୍କୁ ହତ୍ୟା ଧମକ ଦେଇଛନ୍ତି ମାଓବାଦୀ। ଭଞ୍ଜନଗର ଠାରୁ ୧୮ କିଲୋମିଟର ଦୂର ଦଦରାଲୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏକ ବ୍ୟାନର ମାରି ଏପରି ଧମକ ଦେଇଛନ୍ତି ମାଓବାଦୀ।ତେବେ ବାସ୍ତବରେ ଏହା ନକ୍ସଲଙ୍କ ଧମକ କିମ୍ବା ଅନ୍ୟ କୌଣସି ଗୋଷ୍ଠୀ ମାଓବାଦୀଙ୍କ ନପାମରେ ଏପରି ଧମକ ଦେସଇଛି ତାହା ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।ବିଶେଷ କରି ଏହି ବୃାନରରେ ମାଓବାଦୀ ଲେଖାଯାଇଥିଲେ ମଧ୍ୟ କୌଣସି ସଙ୍ଗଠନର ନାମ ଲେଖାଯାଇ ନ ଥିବାରୁ ଏହି ବ୍ୟାନରକୁ ପୁଲିସ ସଦେନ୍ଦହ କରୁଛି।

ଦଦରାଲୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ମରାଯାଇଥିବା ଏହି ବ୍ୟାନରରେ ପୁଲିସ୍‌ ଇନ୍‌ଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲେଖାଯାଇଛି ।ଏତଦ୍‌ବ୍ୟତୀତ ଗଞ୍ଜାମ ଜିଲ୍ଲା ୨ ଜଣ ଏମ୍‌ଏଲ୍‌ଏଙ୍କୁ ମୃତ୍ୟୁଦଣ୍ଡ ସହିତ କନ୍ଧମାଳ ଜିଲ୍ଲାର ଜଣଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଲେଖାରେ କୌଣସି ନିର୍ଦ୍ଦିଷ୍ଟ ବିଧାୟକଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ତେଣୁ କେିଂ ମିଛରେ ଏପରି ଧମକ ଦେଇଥିବା ନେଇ ସନ୍ଦେହ କରାଯାଉଛିି। ଅପରପକ୍ଷେ ଗତ ମାସକ ତଳେ ତେଲେଙ୍ଗାନାର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ଅତି ନିକଟରୁ ଗୁଳି କରି ମାଓବାଦୀମାନେ ହତ୍ୟା କରିଥିବା ପରିପ୍ରେକ୍ଷୀରେ ପୁଲିସ ମଧ୍ୟଏହି ଧମକଭରା ବ୍ୟାନରକୁ ହାଲୁକା ଭାବେ ନେଇ ନ ଥିବା ଜଣାଯାଇଛି।

By amfnews

Related Post