Sat. Mar 7th, 2026

ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ; ମାଉଜର, ମୋବାଇଲ୍ ଫୋନ୍‌ ଓ ବାଇକ୍ ଜବତ

319 Views

Oct.30.10:

ଗଞ୍ଜାମ : ପୁଣି ଗଞ୍ଜାମରେ ଏନ୍‌କାଉଣ୍ଟର। ଗତ କିଛି ଦିନ ତଳେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ପୁଣି ଏକ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ ଓରଫ୍ ବାଦଲ ଆହତ ହୋଇଛି। ହିଞ୍ଜିଳିକାଟୁ-ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜିତୁ ଏବଂ ତାର ସାଙ୍ଗ ଏକ ବାଇକରେ ହିଞ୍ଜିଳିକାଟୁରୁ ଶେରଗଡ ଯାଉଥିଲେ। ଏନେଇ କୌଣସି ସୂତ୍ରରୁ ପୁଲିସ୍‌ ଖବର ପାଇବା ପରେ ଶେରଗଡ଼ ରାସ୍ତାରେ ବ୍ଲକିଂ କରିବା ସହ ଜିତୁକୁ ଧରିବା ପାଇଁ ଅଟକାଇଥିଲା। ଏହି ସମୟରେ ଜିତୁ ପୁଲିସ୍‌କୁ ଦେଖି ଫେରାର ହେବାକୁ ଉଦ୍ୟମ କରିବା ସହ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଯାହାର ଜବାବରେ ପୁଲିସ୍‌ ଜିତୁ ଉପରକୁ ଗୁଳି ଚଳାଇଥିଲା।  ଏଥିରେ ଜିତୁ ଆହତ ହୋଇଥିବାବେଳେ, ଘଟଣାସ୍ଥଳରୁ ତାର ସାଙ୍ଗ ଫେରାର ହୋଇଯାଇଛି।

ଆହତ ଅବସ୍ଥାରେ ଜିତୁକୁ ପ୍ରଥମେ ହିଞ୍ଜିଳି ଓ ପରେ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।  ଜିତୁ ନାଁରେ ହତ୍ୟା ସମେତ ବିଭିନ୍ନ ଅପରାଧିକ ମାମଲା ରହିଛି।  ଗଞ୍ଜାମ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ତା ନାଁରେ ୧୫ରୁ ଅଧିକ ମାମଲା ରହିଛି। ପୁଲିସ୍‌ ତା ନିକଟରୁ ଗୋଟିଏ ମାଉଜର, ମୋବାଇଲ୍ ଫୋନ୍‌ ଓ ବାଇକ୍ ଜବତ କରିଛି।

By amfnews

Related Post