Fri. Mar 6th, 2026

ଗଞ୍ଜାମରେ ଘର ସହ ନଦୀରେ ଭାସିଗଲେ ୬ ଜଣ, ଉଦ୍ଧାର କାର୍ଯ୍ୟ ଜାରି

254 Views

Khabar Odisha:Titli-affect--6-people-with-house-drowned
ଗଞ୍ଜାମ, ଅକ୍ଟୋବର ୧୧:ଲଗାଣ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ସୋରଡା ଗାଜଲବାଡି ପଞ୍ଚାୟତ ପଙ୍କାଳସାହୀ ଗାଁରେ ବନ୍ୟା ଜଳ ପଶିଛି। ଫଳରେ ଏହି ବନ୍ୟା ପାଣିରେ ଏକ ଘର ଭାସିଯିବାରୁ ଘରେ ଥିବା ୬ ଜଣ ଲୋକ ଭାସି ନିଖୋଜ ହୋଇଯାଇଛିନ୍ତି। ନିଖୋଜଙ୍କ ମଧ୍ୟରେ ପରିବାର ୪ ସଦସ୍ୟ ଯଥା ସ୍ୱାମୀ ସ୍ତ୍ରୀ ଓ ପୁଅ ବୋହୂ ଥିବା ବେଳେ ସେହି ଘରେ ଆଶ୍ରୟ ନେଇଥିବା ୨ ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଘଟଣା ବିଷୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ କହିଛନ୍ତି ଯେ, ଆଜି ପୂର୍ବାହ୍ମରେ ଏହି ଅଘଟଣ ଘଟିଥିବା ବେଳେ ଦିନ ୧୨ଟାରୁ ନିଖୋଜ ସମସ୍ତଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ମାତ୍ର ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ପଙ୍କାଳସାହୀ ଗାଁ ନିକଟ ଅଡାଙ୍ଗି ନଦୀରେ ଘରଟି ଭସିଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ତିତ୍‌ଲି ପ୍ରଭାବରେ ଗଞ୍ଜାମରେ ଲଗାଣ ବର୍ଷା ଜାରି ରହିବା ଫଳରେ ଆସିକା କାଳଷଣ୍ଢପୁର ମୁଖ୍ୟ ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଆସିକା ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

 

By amfnews

Related Post