Sat. Mar 7th, 2026
240 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ାର ବିଚାକୁଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଗଛରେ ପିଟି ହେବାରୁ ୩୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ାସ୍ଥିତ ଟାଟା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ନଟରାଜ ନାମକ ଏହି ବସ୍‌ଟି ଯୋଡ଼ାରୁ ଶ୍ରମିକଙ୍କୁ ନେଇ ଟାଟା କମ୍ପାନିର ଖଣ୍ଡବନ୍ଧ ଖଣିକୁ ଯାଉଥିଲା। ଏହି ସମୟରେ ବିଚାକୁଣ୍ଡି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ବସ୍‌ରେ ୩୫ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଯୋଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

By amfnews

Related Post