Sat. Mar 7th, 2026

ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ୨୨ ବର୍ଷିୟ ଯୁବକ; ପ୍ରେମବ୍ୟାପାର ସନ୍ଦେହ

205 Views

ଜୟପୁର  : ମଙ୍ଗଳବାର ରାତିରେ ଜୟପୁର ବ୍ଲକ୍‌ ଅଞ୍ଚଳର ପୁରୁଣାଗଡ଼ ପୌରପାଳିକା ଅନ୍ତର୍ଗତ କାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ଗୋଟାଏ ଚାକୁଣ୍ଡାଗଛରେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ୨୨ ବର୍ଷିୟ ରାଜେଶ୍ୱର କନ୍ଧମ୍ବାଲ। ଆଜି ସକାଳୁ ଘରେ ନ ଥିବା ରାଜେଶ୍ୱରଙ୍କୁ ଖୋଜାଖୋଜି କରିବା ବେଳେ ଚାକୁଣ୍ଡାଗଛରେ ତାଙ୍କ ଶବ ଓହଳିଥିବା କଥା ପରିବାର ଲୋକେ ଦେଖିଥିଲେ।

ପ୍ରେମଜନିତ ବ୍ୟାପାରରୁ ରାଜେଶ୍ୱର ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଶୁଣାଯାଉଛି। ଗତରାତିରେ କୌଣସି ଝିଅ ରାଜେଶ୍ୱରଙ୍କ ବାପାଙ୍କ ମୋବାଇଲ୍‌କୁ ଫୋନ୍‌ କରି ରାଜେଶ୍ୱରଙ୍କୁ ଖୋଜିଥିଲେ। କିଏ କଥା ହେବାକୁ ଖୋଜୁଛି କହି ବାପା ଫୋନ୍‌ ନେଇ ରାଜେଶ୍ୱରଙ୍କୁ ଦେଇଥିଲେ। ସବୁ ରାତି ଭଳି ଗତରାତିରେ ମଧ୍ୟ ପରିବାର ଲୋକେ ଘରେ ଶୋଇଥିଲେ। ସମସ୍ତଙ୍କ ଅଜ୍ଞାତରେ ରାଜେଶ୍ୱର ଘରୁ ଉଠିଆସି ଆତ୍ମହତ୍ୟା କରିଥିବା କଥା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଶବ ଓହ୍ଲାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post